ପୁଣି ଚର୍ଚ୍ଚାରେ IAS ପ୍ରେମ କାହାଣୀ, ବିବାହ କରିବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ
ପାରମ୍ପରିକ ରୀତିନୀତିରେ ଶେଷ ହୋଇଛି ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ବନ୍ଧ । ୩ ମାସ ମଧ୍ୟରେ ହେବ ଦ୍ୱିତୀୟ ବିବାହ ।

ସମ୍ବଲପୁର:ପୁଣି ଚର୍ଚ୍ଚାରେ IAS ପ୍ରେମ କାହାଣୀ । ସରିଲା ନିର୍ବନ୍ଧ ତିନି ମାସ ମଧ୍ୟରେ ହେବ ବିବାହ । ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ଆଜି ଓଡ଼ିଶାରେ ଚର୍ଚ୍ଚାରେ ରହିଛି ବଲାଙ୍ଗୀର ଜିଲ୍ଲାପାଳ ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ବିହାହ ଖବର । ଗତକାଲି ଅର୍ଥାତ୍ ରବିବାର ଦିନ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି ।
ପରିବାରବର୍ଗ, ବନ୍ଧୁ ଏବଂ କିଛି ପ୍ରଶାସନିକ ଅଧିକାରୀ ଉଭୟଙ୍କ ନିର୍ବନ୍ଧରେ ଯୋଗ ଦେଇଥିଲେ । ପାରମ୍ପରିକ ରୀତିନୀତିରେ ଶେଷ ହୋଇଥିଲା ଏନଗେଜମେଣ୍ଟ୍ । ଆମାଗୀ ୩ ମାସ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଦୁଇ IAS ।
ଖାସ୍ କଥା ହେଲା ଏହା ଦୁହେଁଙ୍କର ଦ୍ୱିତୀୟ ବିବାହ । ଆସାମର ଝିଅ ହେଲେ ଅନନ୍ୟା । ସେ ପ୍ରଥମେ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କୁ ବିବାହ କରିଥିଲେ ହେଲେ କୌଣସି କାରଣରୁ ଉଭୟଙ୍କ ଡିଭୋର୍ସ ହୋଇଯାଇଥିଲା । ସେହିପରି ଚଞ୍ଚଳ ରଣା ହେଉଛନ୍ତି ସମ୍ବଲପୁର ବାସିନ୍ଦା ସେ ପ୍ରଥମେ ରାୟାଗଡ଼ାର ଜିଲ୍ଲାପାଳ ସ୍ୱଧା ଦେବଙ୍କୁ ବିବାହ କରିଥିଲେ ଉଭୟଙ୍କର ଛାଡପତ୍ର ପରେ ଏବେ ପୁଣି ଚଞ୍ଚଳ ଏବଂ ଅନନ୍ୟା ବିବାହ କରିବା ପାଇଁ ଯାଉଛନ୍ତି ।












Click it and Unblock the Notifications