IAS ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

IAS ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ।

କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଜୁନ ୮ ତାରିଖ ରବିବାର ରାତିରେ ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେତେବେଳେ ଭିଜିଲାନ୍ସ ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପ ଜିଲାପାଳ ଚକମାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା।

IAS Dhiman Chakma granted bail

ସେଠାରେ ତାଙ୍କର ଜାମିନ ନା ମଞ୍ଜୁର ହେବାରୁ ଭବାନୀପାଟଣା ସ୍ଥିତ ଜିଲା କାରାଗାର (ଜେଲ) ଯିବାକୁ ପଡିଥିଲା। ମଙ୍ଗଳବାର ଆଇଏଏସ ଧିମାନ ଚକମାଙ୍କ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ଦରଖାସ୍ତ କରାଯାଇଥିଲା। ହେଲେ ବିଭିନ୍ନ ଦିଗକୁ ଦେଖି ଜାମିନକୁ ଖାରଜ କରିଛନ୍ତି ସ୍ବନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ବଦ୍ରୀ ନାରାୟଣ ନନ୍ଦ। ଯାହାଫଳରେ ପୁଣି ଥରେ ଆଇଏଏସ୍‌ ଚକମାଙ୍କୁ ଜେଲ ଯିବାକୁ ପଡିଛି।

ପ୍ରକାଶ ଯେ,ଭିଜିଲାନ୍ସ ହାତରେ ଧରାପଡିବା ପରେ ଆଇ ଏ ଏସ ଚକମାଙ୍କୁ ଗତ ୧୦ ତାରିଖରେ ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ନିଲମ୍ବିତ କରିଥିଲେ।

ଅପରପକ୍ଷେ ପରବର୍ତ୍ତୀ ବେଲ ପିଟିସନ ପାଇଁ ଆଇଏଏସ୍‌ ଚକମା ଉଚ୍ଚ ନ୍ୟାୟଳୟ ତଥା ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଆଇନଜୀବୀ ଦିଲ୍ଲୀପ କୁମାର ସା ପ୍ରକାଶ କରିଛନ୍ତି। ୨୦୨୧ ବ୍ୟାଚ୍‌ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଧୀମାନ ଚକମା ଧର୍ମଗଡ଼ ଉପଜିଲାପାଳ ଭାବେ ଗତ ୨୦୨୪ ଜାନୁୟାରୀରୁ ଅବସ୍ଥାପିତ ଥିଲେ। ଧର୍ମଗଡ ଉପଖଣ୍ଡର ସବ ମାଜିଷ୍ଟ୍ରେଟ ଥିବା ଯୁବ ଆଇଏଏସ୍‌ ଅଫିସର ଧିମାନ ଚକମା ଏବେ କିନ୍ତୁ ଭବାନୀପାଟଣା ଜେଲରେ ବିଚାରାଧିନ ଅଭିଯୁକ୍ତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+