ଏଣିକି ମୁଖ୍ୟ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇ ପାରିବେନି IAS
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇପାରିବେ ନାହିଁ ଆଇଏସ ଅଫିସର । ଏନେଇ ସାଧାରଣ ପ୍ରଶାସତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନେକ ଅଧିକାରୀ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଉଛନ୍ତି , ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଏଭଳି ପଦକ୍ଷେପ ଆପଣାଯାଉଥିବା କଥା କୁହାଯାଉଛି । ଏନେଇ ଆଇଏସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚିଠିରେ ଏହା ଉଲ୍ଲେଖ କରାଯାଇଛି ଯେ, ଯେଉଁ ଆଇଏଏସ ଅଧିକାରୀମାନେ ଛୁଟି ନେବେ ସେମାନେ ସିଧାସଳଖ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ମାଗିବେ ।












Click it and Unblock the Notifications