IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର । ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨ୟ ରାଙ୍କ୍ ପାଇଥିଲେ ଅନିମେଶ । ଅନିମେଶଙ୍କ ସହ ୨୪ ନଂ ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ମିଳିଛି ଓଡ଼ିଶା କ୍ୟାଡର ସୁଚନାନୁସାରେ ଓଡ଼ିଶାର ଅନୁଗୁଳ ସହର ବାସିନ୍ଦା ଅନିମେଶ ପ୍ରଧାନ ୟୁପିଏସସିରେ ଅଲ୍ ଇଣ୍ଡିଆ ରାଙ୍କ୍-୨ ହାସଲ କରିଥିଲେ । ଯେଉଁଠି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଘଣ୍ଟା ଘଣ୍ଟା ଧରି ପାଠ ପଢନ୍ତି, ଅନ୍ୟପକ୍ଷେ ଚାକିରୀ ସହ ପାଠ ପଢି ଟପ୍ପର ହୋଇଛନ୍ତି ଅନିମେଶ । ଆହୁରି ମଧ୍ୟ ସେ ତାଙ୍କର ପ୍ରଥମ ପ୍ରୟାସରେ ହିଁ ଏହିପରି ବଡ଼ ସଫଳତା ପାଇଛନ୍ତି ।
ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ୟୁପିଏସି ଅନ୍ୟତମ । ଅନେକ ପରୀକ୍ଷାର୍ଥୀ ପ୍ରଥମ ପ୍ରୟାସରେ ୟୁପିଏସସି କ୍ଲିୟର କରିପାରନ୍ତି ନାହିଁ । କିନ୍ତୁ ଚାକିରୀ ସହ ପାଠ ପଢି ଏଭଳି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ଅନିମେଶ ଓ ଅନ୍ୟମାନଙ୍କ ପାଇଁ ସାଜଥିଲେ ପ୍ରେରଣା । ସେ ଡିଏଭି ପବ୍ଲିକ୍ ସ୍କୁଲରେ ପାଠ ପଢୁଥିଲେ । ଏହା ପରେ ସେ ଏନଆଇଟି ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଛନ୍ତି । ଏଥି ସହିତ ସେ ଇଣ୍ଡିଆନ୍ ଅଏଲ୍ କମ୍ପାନୀରେ ଇନର୍ଫରମେଶନ ସିଷ୍ଟମ ଅଫିସର ଭାବେ କାର୍ଯ୍ୟରତ ଥିଲେ।

ଅମିମେଶ କହିଥିଲେ ଯେ, ସେ ଚାକିରୀ ସହ ପାଠପଢିବା ପାଇଁ ତାଙ୍କୁ ବହୁତ କମ୍ ସମୟ ମିଳୁଥିଲା । ସେଥିପାଇଁ ସେ କେବଳ ୫ରୁ ୬ ଘଣ୍ଟା ହିଁ ପଢିପାରୁଥିଲେ । ଏପରି କି ସେ କୌଣସି କୋଚିଙ୍ଗ ମଧ୍ୟ ନେଇନଥିଲେ ଏବଂ ସେ ଘରେ ରହି ସେଲ୍ଫ ଷ୍ଟଡି କରୁଥିଲେ । ଅନେକ ସମୟରେ ପଢିବାକୁ ସମୟ ମଧ୍ୟ ହେଉନଥିଲା । ତଥାପି ସେ ହାର ମାନିନଥିଲେ । ନିଜର କଠିନ ପ୍ରରିଶ୍ରମ ଏବଂ ଦୃଢ ମନୋବଳ ପାଇଁ ଆଜି ଏ ସଫଳତାର ଶୀର୍ଷ ଛୁଇଁ ପାରିଥିଲେ । ଆଉ ୨ୟ ର୍ୟାଙ୍କ ହାସଲ କରିଥିଲେ ।












Click it and Unblock the Notifications