କୁଆଖାଇ ନଦୀକୂଳରେ ହେବ ସୂର୍ଯ୍ୟକିରଣ ଶୋ’
: ଆସନ୍ତା ୧୬ ତାରିଖରେ ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ’। ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ଶୋ’ ପ୍ରଦର୍ଶିତ ହେବ। ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ଶୋ’ କରାଯିବ।
ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ'। ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ଶୋ' ପ୍ରଦର୍ଶିତ ହେବ। ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ଶୋ' କରାଯିବ। ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀରେ ରାଜଭବନ ଉପରେ ଶୋ' କରାଯିବ।

ଏନେଇ ସୋମବାର କାର୍ଯ୍ୟକ୍ରମ ସ୍ଥଳର ସ୍ଥିତି ପରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିଛି ଇଣ୍ଡକ୍ସନ ଟିମ। ମଙ୍ଗଳବାର ସୋ'ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ବହୁ ଭିଭିଆଇପି ଓ ଲୋକଙ୍କ ସମାଗମ ହେବାକୁ ଥିବାରୁ କୁଆଖାଇର ଦୁଇ ପାର୍ଶ୍ୱରେ ସୁରକ୍ଷା କଡ଼ାକଡ଼ି କରାଯିବ। ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଦରକାର ପଡ଼ିଲେ ଟ୍ରାଫିକ ଆଡଭାଇଜାରୀ ଜାରି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ପୂର୍ବରୁ ୨୦୧୬ରେ ମହାନଦୀ ପଠାରେ ହୋଇଥିଲା ସୂର୍ଯ୍ୟକିରଣ ଏରୋବାଟିକ୍ ଶୋ'।












Click it and Unblock the Notifications