Get Updates
Get notified of breaking news, exclusive insights, and must-see stories!

Mohan Majhi: ମୁଁ ବି ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିଲି; ଏପରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଁ ବି ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିଲି। ଏପରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୯୯୦ ଓ ୨୦୦୨ରେ ଠକେଇରେ ଶିକାର ହୋଇଥିଲି। ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ । ଟଙ୍କା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲି ସଂସ୍ଥା ନାହିଁ । ୧୯୮୬ ଆଇନ ଅନୁସାରେ ଅପିଲ୍‌ ବି କରିଥିଲି, ମାତ୍ର ଟଙ୍କା ମିଳିଲା ନାହିଁ।

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଏହି ଅବସରରେ ଉପଭୋକ୍ତାଙ୍କୁ ଠକେଇଠୁ ଦୂରରେ ରହିବାକୁ ସାବଧାନ କରାଇଛନ୍ତି। ସେବା ଓ ସାମଗ୍ରୀକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଠକ ସଂସ୍ଥା ମାନଙ୍କଠାରୁ କିଏ ନ କିଏ ଠକେଇର ଶିକାର ହୋଇଛନ୍ତି। ମୁଁ ମଧ୍ୟ ଦୁଇଥର ଠକେଇର ଶିକାର ହୋଇଛି। ଥରେ ସରକାରୀ ସଂସ୍ଥାରେ ଠକେଇ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗ୍ରାହକଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। ଏହି ଅଧିନିୟମ ଅନୁଯାୟୀ, ଯେକୌଣସି ଗ୍ରାହକ ଅନ୍ୟାୟ ବାଣିଜ୍ୟ ଉପରେ ଅଭିଯୋଗ କରିପାରିବେ। ଏଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି। ପୂର୍ବରୁ ବ୍ୟବସାୟ କାରବାରରେ ଅନେକ ହେର୍‌ଫେର୍‌ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ଅଧିନିୟମ ପ୍ରସ୍ତୁତ କରାଯାଇଛି ।

Chief Minister Mohan Majhi

ପ୍ରତିବର୍ଷ ୨୪ ଡିସେମ୍ବରରେ 'ଜାତୀୟ ଉପଭୋକ୍ତା ଅଧିକାର ଦିବସ' ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ସୁରକ୍ଷା ଯୋଗାଇବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+