ଝାରପଡ଼ା ଜେଲରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା -ଅନିଲଙ୍କୁ ଜେରା କରୁଛି ଆୟକର ବିଭାଗ
ଭୁବନେଶ୍ୱର: ଝାରପଡ଼ା ଜେଲରେ ହଂସିତା-ଅନିଲଙ୍କୁ ପୁଣି ଜେରା କରାଯାଉଛି । ବେନାମୀ ସମ୍ପତ୍ତି ନେଇ ଆୟକର ବିଭାଗର ଜେରା ଚାଲିଛି। ଆୟକର ବିଭାଗର ଦୁଇଟି ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଉଭୟଙ୍କୁ ଜେରା କରୁଛନ୍ତି। ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ଚଢଉ କରିବା ସହ ଶହେ କୋଟିରୁ ଉର୍ଦ୍ଧ ସମ୍ପତ୍ତି ଠାବ କରିଥିଲା. ଏହାରି ଭିତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ବି ମିଳିଥିଲା ଆୟକର ବିଭାଗକୁ। ଏଥିରେ ୧୭କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବାର ପ୍ରମାଣ ମିଳିଛି। ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ସମସ୍ତ୍ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଆୟକର ବିଭାଗ ଟିମ୍ ଜେରା କରିବ। .

ଆଜିର ଜେରା ପରେ ଠକେଇ ମାମଲାରେ ଅନେକ ତଥ୍ୟ ସାମ୍ନାକୁ ଆସିବ । ହଂସିତା-ଅନୀଲଙ୍କ ଠକ ସିଣ୍ଡିକେଟ୍ର ପର୍ଦ୍ଦାଫାଶ କରିଥିଲା କମିଶନରେଟ୍ ପୋଲିସ । କେମିତି ବିଷ୍ଣୁପ୍ରିୟା ଚାନ୍ଦରୁ ସାଜିଥିଲେ ହଂସିତା ଅଭିଲିପ୍ସା ତା'ର ସମ୍ପୂର୍ଣ୍ଣ ଗୁମର ଖୋଲିଥିଲା ପୋଲିସ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ-ଜ୍ୱାଇଁ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଏହି ଠକ ଯୋଡି । ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହିବା ସହ ବିଲଡର,ଖଣି ବ୍ୟବସାୟୀଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଏବଂ ସହଯୋଗୀ ଅନୀଲ । ଏହି ଠକ ଯୋଡି ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ ।
ପୂର୍ବରୁ ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ଚଢଉ କରିବା ସହ ଶହେ କୋଟିରୁ ଉର୍ଦ୍ଧ ସମ୍ପତ୍ତି ଠାବ କରିଥିଲା. ଏହାରି ଭିତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ବି ମିଳିଥିଲା ଆୟକର ବିଭାଗକୁ। ଏଥିରେ ୧୭କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବାର ପ୍ରମାଣ ମିଳିଛି। ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ସମସ୍ତ୍ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଆୟକର ବିଭାଗ ଟିମ୍ ଜେରା କରୁଛନ୍ତି ।












Click it and Unblock the Notifications