ଯାତ୍ରାକୁ ନେଇ ମୁଁ ବଞ୍ଚିଛି, ମଞ୍ଚ ଛାଡ଼ିବିନି ବୋଲି କହିଲେ ପୀୟୁଷ ତ୍ରିପାଠୀ

ମଞ୍ଚ ମନା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ । ସେ କହିଛନ୍ତି ମଞ୍ଚ ଛାଡିବିନି । ଯାତ୍ରା କରି ଭୁଲ ହୋଇଛି କିନ୍ତୁ ବଡ ଅପରାଧ କରିନି । କଳାକାରଙ୍କୁ ମଞ୍ଚଠୁ ଦୂରେଇ ରଖିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି । ନ୍ୟାୟପାଳିକା ଉପରେ ମୋର ଭରସା ଅଛି, ଏଯାଏଁ କୋର୍ଟ ନୋଟିସ୍‌ ପାଇନି, ପାଇବା ପରେ କହିବି । ନୋଟିସକୁ ଅପେକ୍ଷା କରିଛି । ୬ମାସର ବ୍ୟବଧାନ ପରେ ଯାତ୍ରା ସିଂହବାହିନୀ ପକ୍ଷରୁ ଚଣ୍ଡିଖୋଲଠାରେ ଆୟୋଜିତ 'ତୁ ମୋ ବଜରଙ୍ଗୀ' ନାଟକ ମାଧ୍ୟମରେ ମଞ୍ଚକୁ ଓହ୍ଲାଇଛନ୍ତି ପୀୟୂଷ । ହେଲେ ଏହା ପରେ ଯାତ୍ରା ସୂର୍ଯ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଏବଂ ଅଭିଯୋଗ କରିଥିଲେ ଯେ ପୀୟୂଷଙ୍କ ସହ ଜୁନ୍‌ ୨୦୨୬ ପର୍ଯ୍ୟନ୍ତ ଚୁକ୍ତି ଥିବା ସତ୍ତେ୍ୱ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି । ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Piyush Tripathi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+