I AM SORRY... ଭାଇ; ଗାର୍ଲଫ୍ରେଣ୍ଡର ଦୁର୍ଘଟଣା ହୋଇଥିଲା, ପାଖରେ ପଇସା ନଥିଲା, ଗାଡି ଚୋରି କରିଥିଲି
ବାଇକ୍ ଚୋରି କରିନେବା ପରେ ମାନବିକତା ଦେଖାଇଲା ଚୋର । ଲୁଟି ନେଇଥିବା ବାଇକ ଫେରାଇ ଦେଇଗଲା ଲୁଟେରା । ଚୋରି ବାଇକ ମିଳିଲା, ଆଉ ତା ସହ ଗୋଟିଏ ଚିଠି ବି । ଚିଠିରେ ଏମିତି କିଛି ଲେଖାଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଏହି ଘଟଣା ଏବେ ଚର୍ଚ୍ଚାରେ । ସୂଚନା ଯେ, ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ବାଇକ ଗତ କିଛିଦିନ ପୂର୍ବରୁ ନିଜ ଘର ସମ୍ମୁଖରେ ଚୋରି ହୋଇଥିଲା । ଚୋରି ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏନେଇ ଗାଡ଼ି ମାଲିକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।
ଚୋରି ବାଇକ ସହ ମିଳିଲା ଚିଠି । ଚିଠିରେ ଲେଖାଥିଲା ବାଇକ ଚୋରିର କାହାଣୀ । ଏକଦମ ସିନେମା ଷ୍ଟାଇଲର ଷ୍ଟୋରୀ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏହି ଘଟଣା । ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ବାଇକ ତାଙ୍କ ଘର ସମ୍ମୁଖରୁ ଚୋରି ହୋଇଥିଲା । ଚୋରି ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା । ଗାଡ଼ି ମାଲିକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ହଠାତ ସ୍ବପ୍ନ ଦେଖିବା ଭଳି ହଜିବା ବାଇକ୍ ଯୁବକଙ୍କୁ ମିଳି ଯାଇଥିଲା ।

ବାଇକ ଯେଉଁଠୁ ଚୋରି ହୋଇଥିଲା, ଠିକ ରହିଥିବା ଗତକାଲି ସକାଳେ ଦେଖିଥିଲେ । ଆଉ ଗାଡ଼ିରେ ଲାଗିଥିଲା ଏକ ଚିଠି । ଚିଠିରେ ଲେଖାଯାଇଥିଲା, ଭାଇ ' I AM SORRY' । ଗତ ରାତିରେ ମୋ ଗାର୍ଲ ଫ୍ରେଣ୍ଡର ଆକ୍ସିଡେଣ୍ଟ ହୋଇଥିଲା । ମୋ ପାଖରେ ପଇସା ପ୍ରୋବଲମ୍ ଥିଲା । ଆଉ ଜଲଦି ଯିବାର ବି ଥିଲା । ତେଣୁ ଆପଣଙ୍କ ବାଇକଟା ନେଇ ଯାଇଥିଲି । ସେମିତି ନେବାର ନଥିଲା, ସେଥିପାଇଁ ସରି । ସାନ ଭାଇ ଭାବି କ୍ଷମା କରିଦେବ ।












Click it and Unblock the Notifications