ରାଜଧାନୀରେ ଚାଲିବ ହାଇଡ୍ରୋଜେନ ବସ
ରାଜଧାନୀ ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ। ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ। ଏନେଇ ଏମଓୟୁ ସରିଛି। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଜନଗହଳିପୂର୍ଣ୍ଣ ଟ୍ରାଫିକ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ। ପୂର୍ତ୍ତ ବିଭାଗ ସହିତ ଏନେଇ ଆଲୋଚନା ସରିଛି। ମୁଖ୍ୟମନ୍ତ୍ରୀ ଏନେଇ ବୈଠକ କରିଛନ୍ତି। ପ୍ରାରମ୍ଭିକ ଭାବେ ନନ୍ଦନକାନନ ରୋଡ ଓ କଳ୍ପନା ରୋଡରେ ଓଭରବ୍ରିଜ ନିର୍ମାଣ ହେବ। ଡିପିଆର ପ୍ରସ୍ତୁତ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଏହି ବସ ପ୍ରଥମେ କେଉଁ ରୁଟୁରୁ ଚାଲିବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଗାମୀ ଦିନରେ ଏନେଇ ନିଷ୍ପତ୍ତି ନିଆଯିବ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତ ଚାଲିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।












Click it and Unblock the Notifications