କଳାହାଣ୍ଡିରୁ ହାଇଦ୍ରାବାଦ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ, 40 ଆହତ
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟିଛି।
ଧର୍ମଗଡ଼: ପୁଣି ବସ୍ ଦୁର୍ଘଟଣା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟିଛି।

ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କୋକସରା ନିକଟବର୍ତ୍ତୀ ବଡ଼କେନ୍ଦୁଗୁଡ଼ାରେ ଭାରସାମ୍ୟ ହରାଇ ଏହି ବସ୍ଟି ଓଲଟିପଡ଼ିଥିଲା। ଆହତ ୪୦ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେପଟେ ବସ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁତର ଆହତଙ୍କୁ ଧର୍ମଗଡ଼ ଓ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି ।












Click it and Unblock the Notifications