ସ୍ତ୍ରୀର ମୃତଦେହ ନେଇ ଫେରୁଥିଲେ ସ୍ବାମୀ, ମଝି ରାସ୍ତାରେ ନିଜେ ପାଲାଟିଗଲେ ମୃତଦେହ
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ପାଟଣାଗଡ-ପଦ୍ମପୁର ରାସ୍ତାର ଝୁଲେନବର ଓ ପାଢେଲ ଗ୍ରାମ ନିକଟରେ ବୁର୍ଲାରୁ ଜଣେ ମହିଳାଙ୍କ ମୃତଦେହ ଧରି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି ।
ବଲାଙ୍ଗରୀ: ସ୍ତ୍ରୀର ମୃତଦେହ ନେଇ ଫେରୁଥିଲେ ସ୍ବାମୀ । ହେଲେ ମଝି ରାସ୍ତରେ ନିଜ ପାଲଟି ଗଲେ ମୃତଦେହ । ଡାକ୍ତରଖାନାରୁ ଆଲମ୍ବୁଲାସରେ ଆସୁଥିଲା ଗୋଟିଏ ମୃତଦେହ । ମାତ୍ର ଘରେ ପହଞ୍ଚିଲା ବେଳେକୁ ସଂଖ୍ୟା ହେଇଗଲା ଦୁଇ ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ପାଟଣାଗଡ-ପଦ୍ମପୁର ରାସ୍ତାର ଝୁଲେନବର ଓ ପାଢେଲ ଗ୍ରାମ ନିକଟରେ ବୁର୍ଲାରୁ ଜଣେ ମହିଳାଙ୍କ ମୃତଦେହ ଧରି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି ।

ଆଜି ସକାଳୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକ ୨ ଜଣ ହେଲେ ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ବିପିନ ସେଠ ଏବଂ ତାଙ୍କ ପତ୍ନୀ ସାଏବାନୀ ସେଠ। ସାଏବାନୀ ପାରାଲିସିସ ରୋଗରେ ପୀଡିତ ଥିଲେ ଏବଂ ଗତ କିଛି ଦିନ ହେବ ବୁର୍ଲା ଡାକ୍ତରଖାନାରେ ଚିକିତ୍ସତ ହେଉଥିଲେ। ଗତକାଲି ଚିକିତ୍ସତ ଅବସ୍ଥାରେ ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ତ୍ରୀ ସାଏବାନୀଙ୍କ ମୃତଦେହକୁ ନେଇ ତାଙ୍କ ସ୍ୱାମୀ ବିପିନ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ଫେରୁୁଥିବା ସମୟରେ ଆମ୍ବୁଲାନ୍ସ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଆଗ ପଟେ ବସିଥିବା ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ପାଟଣାଗଡ ପୋଲିସ ଏବଂ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ ହୋଇଛି।

Click it and Unblock the Notifications