ରାଜଧାନୀ ରାସ୍ତାରେ କଡରେ ପଡ଼ିଛି ନରକଙ୍କାଳ, ପୋଲିସର ତଦନ୍ତ ଜାରି
ରାଜଧାନୀ ରାସ୍ତାରେ କଡରେ ପଡ଼ିଛି ନରକଙ୍କାଳ, ପୋଲିସର ତଦନ୍ତ ଜାରି || ONEINDIA ODIA ||
ଭୁବନେଶ୍ୱର: ରାଜଧାନୀ ରାସ୍ତାରେ କଡରେ ପଡ଼ିଛି ନରକଙ୍କାଳ । ଭୁବନେଶ୍ୱର ପଟିଆ କଳାରାହାଙ୍ଗ ଅଞ୍ଚଳରୁ ଏକାଧିକ ଖପୁରୀ ଜବତ । କଳାରାହାଙ୍ଗର ଏକ ପୋଲ ତଳୁ ଏହି ଖପୁରୀ ଓ କିଛି ହାଡ଼ ମିଳିଛି । ପାଖାପାଖି ୭ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ହଠାତ୍ ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରି କେଉଁଠୁ ଓ କିପରି ଆସିଲା, କିଏ ଏଠାରେ ଫୋପାଡ଼ିଲା, ଏହା ପଛର କାରଣ କ'ଣ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।












Click it and Unblock the Notifications