୧୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ହ୍ୟୁମାନ୍ ; ସବୁଠି ଶୋକର ଛାୟା

ଗତ ଦଶନ୍ଧି ଧରି ସେ ଥିଲେ ଓଡ଼ିଆ ସଙ୍ଗୀତଜଗତର ଶୀର୍ଷସ୍ଥାନର ତାରକା କଣ୍ଠଶିଳ୍ପୀ । ୨୦୧୫ରୁ ୨୦୨୫ ମଧ୍ୟରେ ମାତ୍ର ୧୦ବର୍ଷ ଭିତରେ ସେ ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲେ, ତାହା କ୍ୱଚିତ ଦେଖିବାକୁ ମିଳେ । ୨୦୧୨ରେ ଆୟୋଜିତ ରିଆଲିଟି ସୋ -ଭଏସ୍‌ ଅଫ୍‌ ଓଡ଼ିଶା ସିଜନ୍‌-୨ ର ବିଜେତା ହୋଇ ସେ ଲୋକଲୋଚନକୁ ଆସିଥିଲେ । ୨୦୧୪ରେ ସିନେମା ଜଗତରେ ପ୍ରବେଶ କରିଥିଲେ । ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ସିନେମା - ସମ ଥିଙ୍ଗ ସମ ଥିଙ୍ଗ-୨ ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଚାଲିଲେ ।

ତାଙ୍କ ଶେଷ ସିନେମା ୨୦୨୫ର ଅନୁଭବ ମହାନ୍ତି ଚାରିଧାମ ଥିଲା । ନଭେମ୍ବର ୨୫ ୧୯୯୦ରେ ହ୍ୟୁମାନ୍‌ ଜନ୍ମ ଗ୍ରହଣ କରିଥିଲେ । ପ୍ରାୟ ୧୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ହ୍ୟୁମାନ୍ । ଏପଟେ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଛି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ତାଙ୍କ ମାଆ ଶେଫାଳି ସୁନା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ପିତା ଚୌଧୁରୀ ଏବଂ ପପୁ ପ୍ରଶାନ୍ତଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ମୋ ପୁଅର ମୃତ୍ୟୁ ପାଇଁ ଏହି ଦୁଇଜଣ ହିଁ ଦାୟୀ ।

Human sagar sung more than 15 thousand songs

ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍‌ସରେ ଭିଡ଼ ଲଗାଇଥିଲେ। ପୂରା ଏମ୍‌ସ ପରିସର ସ୍ତମ୍ଭୀଭୂତ ହୋଇଯାଇଥିଲା । କାହା ମୁହଁରେ ଯେମିତି କିଛି କହିବାକୁ ଭାଷା ନଥିଲା ।

ରାତି ୯ଟା ୮ ମିନିଟରେ ପରଲୋକ ହେବା ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍‌ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ । କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଏବଂ ଓଲିଉଡ୍ ଜଗତର ଜଣାଶୁଣା କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ଶେଷ ଦର୍ଶନ କରିଥିଲେ। ହ୍ୟୁମାନଙ୍କ କୁନି ଝିଅ ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଏହି ସମୟରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+