Get Updates
Get notified of breaking news, exclusive insights, and must-see stories!

ହ୍ୟୁମାନ ସାଗର ମୃତ୍ୟୁ ମାମଲା ; ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

ହ୍ୟୁମାନ ସାଗର ମୃତ୍ୟୁ ମାମଲା । ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାକୁ ନେଇ ମର୍କତନଗର ଥାନାରେ ରୁଜୁ ମାମଲାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି । ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ହ୍ୟୁମାନଙ୍କ ମାଆ ତଥା ଏତଲାକାରୀ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି । ଏଥିସହ ମାମଲାର ପ୍ରତିପକ୍ଷ ନମ୍ବର-୨ ଶ୍ରୀମତୀ ସୁନାଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି ।

Arpita
ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ଥାନାର ଏହି ମାମଲାରେ ଆବେଦନକାରୀଙ୍କୁ ହେପାଜତକୁ ନନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତକାରୀ ଏଜେନ୍ସିକୁ ତଦନ୍ତରେ ଆବେଦନକାରୀ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଫେବ୍ରୁଆରି ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହ୍ୟୁମାନଙ୍କ ମାଆ ସେଫାଳି ସୁନାଙ୍କ ଅଭିଯୋଗକୁ ଆଧାର କରି ମର୍କତନଗର ଥାନାରେ ଡିସେମ୍ବର ୨୧‌ରେ ମାମଲା ହୋଇଥିଲା । ସୋମେଶ, ଅର୍ପିତାଙ୍କ ସମେତ ୯ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା । ପରବର୍ତ୍ତୀ ସମୟରେ ସୋମେଶ ଓ ଅର୍ପିତାଙ୍କ ତରଫରୁ ଆଗୁଆ ଜାମିନ ଆବେଦନ କରାଯାଇଥିଲା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+