ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ପାଲଟିଲା ଜନସମୁଦ୍ର

ଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ରେ ସମ୍ମାନିତ ହୋଇ ଆଜି ଭୁବନେଶ୍ୱର ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ପାଲଟିଥିଲା ଆଜି ଜନସମୁଦ୍ର ।

ଭୁବନେଶ୍ୱର: ଦିଲ୍ଲୀରୁ 'ଜୀବନବ୍ୟାପୀ ସାଧନା ସମ୍ମାନ' ରେ ସମ୍ମାନିତ ହୋଇ ଆଜି ଭୁବନେଶ୍ୱର ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ପାଲଟିଥିଲା ଆଜି ଜନସମୁଦ୍ର । ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ବିଶାଳ ରାଲି । ମନ୍ତ୍ରୀ, ନେତା ଓ କର୍ମୀ ଏକାଠି ହୋଇଥିଲେ । ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ କମ୍ପିଥିଲା ପରିବେଶ ।

cm naveen patnaik

ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଛନ୍ତି । ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ମଝିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ମଧ୍ୟ ଦେଇଥିଲେ । ବିମାନବନ୍ଦରରୁ ବାହାରିବା ସମୟରେ ଲୋକଙ୍କୁ ଅଭିବାଦନ ଜଣାଇ ରାଜ୍ୟବାସୀଙ୍କୁ ତାଙ୍କ ସମ୍ମାନ ସମର୍ପିତ କରିଛନ୍ତି ନବୀନ । ସୂଚନାଥାଉ କି, ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜନସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜନୀତିରେ ପ୍ରବେଶର ୨୫ ବର୍ଷ ଓ ମୁଖ୍ୟମନ୍ତ୍ରୀ ଭାବରେ ୨୨ ବର୍ଷ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ। ଶୂନ୍ୟ ରାଜକୋଷ ସାଙ୍ଗକୁ ମହାବାତ୍ୟା ପରବର୍ତ୍ତୀ ଓଡ଼ିଶାର ପୁନର୍ଗଠନ, ଅନାହାର-ଅପୁଷ୍ଟି-କ୍ଷୁଧା ଜର୍ଜରିତ ଓଡ଼ିଶାକୁ ଖାଦ୍ୟ ଯୋଗାଇବାର ଆହ୍ୱାନ ପରି ଅନେକ ପ୍ରତିକୂଳ ପରିସ୍ଥିତିରେ ସେ ଓଡ଼ିଶାର ଶାସନ ମଙ୍ଗ ଧରିଛନ୍ତି । ସମସ୍ତ ପ୍ରତିକୂଳ ପରିସ୍ଥିତି, ବିରୋଧୀଙ୍କ ଅସୂୟା ଓ ଅସହିଷ୍ଣୁତା ସତ୍ତେ୍ୱ ଗତ ୨୨ ବର୍ଷ ଧରି ସେ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟଭାବରେ ଗ୍ରହଣ କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି। ବିକାଶର ରୂପାନ୍ତରଣ ଓଡ଼ିଶାକୁ ନୂଆ ରୂପ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜାତୀୟସ୍ତରଠାରୁ ଆନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ 'ମହାନାୟକ'ର ସ୍ୱୀକୃତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+