ଓଡିଶାରୁ ଅଯୋଧ୍ୟା କେମିତି ଯିବେ, ଜାଣନ୍ତୁ ରୁଟ୍
ଅଯୋଧ୍ୟା: ଆସନ୍ତା ୨୨ତାରିଖରେ ଅନ୍ତ ହେବାକୁ ଯାଉଛି କୋଟି କୋଟି ହିନ୍ଦୁଙ୍କ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷା । ଅଯୋଧ୍ୟାରେ ଅସଂଖ୍ୟ ହିନ୍ଦୁଙ୍କ ଆରାଧ୍ୟ ଦେବତା ଭଗବାନ ଶ୍ରୀ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ହୋଇଛି ସାରା ଦେଶ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ଯଦି ଆପଣ ଓଡ଼ିଶାରୁ ଧାର୍ମିକ ସହର ଅଯୋଧ୍ୟାକୁ ଯିବାକୁ ଚାହୁଁଛନ୍ତି ତେବେ କେମିତି ଯିବେ ଆଉ ଥରେ ଗଲେ କେତେ ଟଙ୍କା ଖର୍ଚ୍ଚ ହେବ ।

ଓଡ଼ିଶାରୁ କେମିତି ଗଲେ ଆପଣ ଅଯୋଧ୍ୟାରେ ପହଞ୍ଚି ପାରିବେ । ସବୁଠାରୁ ବଡ କଥା ହେଲା ଓଡ଼ିଶାରୁ ଅଯୋଧ୍ୟାକୁ କୌଣସି ସିଧାସଳଖ ଟ୍ରେନ ଯାଉନାହିଁ । ସେଥିପାଇଁ ଆପଣଙ୍କ ଅଯୋଧ୍ୟା ଯିବାକୁ ହେଲେ କେତେ ଗୁଡ଼ିକ ରୁଟ୍ ଦେଇ ଯିବାକୁ ପଡିବ । ଓଡ଼ିଶାରୁ ଅଯୋଧ୍ୟାକୁ ତିନିଟି ରୁଟ୍ ଦେଇ ଯିବାକୁ ପଡିବ । ପ୍ରଥମେ ଓଡ଼ିଶାରୁ କୋଲକାତା ଯାତ୍ରା କରିବାକୁ ହେବ । କୋଲକାତାରୁ ସିଧା ଟ୍ରେନ୍ ରହିଛି ଯେଉଁଥିରେ ଆପଣ ଅଯୋଧ୍ୟାକୁ ଯାଇପାରିବେ । ଆଉ ଗୋଟାଏ ରୁଟ ହେଉଛି ଓଡ଼ିଶାରୁ ମୋଗଲସରାଇରେ ପହଞ୍ଚି ସେଠାରୁ ସିଧା ଅଯୋଧ୍ୟା ପହଞ୍ଚି ପାରିବେ । ଆଉ ଅନ୍ୟଟି ହେଲା ଓଡ଼ିଶାରୁ ବାରଣାସୀ ଯାଇ ସେଠାରୁ ଅଯୋଧ୍ୟାକୁ ଯିବା ପାଇଁ ସିଧା ରୁଟ୍ ରହିଛି । ଓଡ଼ିଶାରୁ ଯେ କୌଣସି ସ୍ଥାନରୁ ଭୁବନେଶ୍ୱର, କଟକ , ବାଲେଶ୍ଵର ଆଉ ଭଦ୍ରକରୁ ଯଦି ଆପଣ ଯିବାର ଅଛି ଅଯୋଧ୍ୟାକୁ ତାହାଲେ ଆପଣ ସିଧା ହାଉଡା ଷ୍ଟେସନରେ ପହଞ୍ଚି ଅଯୋଧ୍ୟା ଯାଇ ପାରିବେ ।












Click it and Unblock the Notifications