Get Updates
Get notified of breaking news, exclusive insights, and must-see stories!

ବର୍ଷା ଦିନେ ବିଦ୍ୟୁତ୍ ଆଘାତରୁ କେମିତି ବର୍ତ୍ତିବେ ? ଏହି ଉପାୟ ମାନନ୍ତୁ ..

ବର୍ଷାଋତୁ ଚାଲୁଥିବାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆଘାତ ଲାଗିବା ଭଳି ଘଟଣା ସାମ୍ନାକୁ ଆସୁଛି । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ତା ସହିତ ବର୍ଷାଦିନେ ବିଦ୍ୟୁତ ଆଘାତରୁ କେମିତି ସତର୍କ ହେବେ ସେ ନେଇ କେତୋଟି ଟିପ୍ସ ମଧ୍ୟ ବତାଇଛି ।

  • ୧. ଜଳବନ୍ଦୀ ଅଞ୍ଚଳକୁ ଯିବାରୁ ଦୂରେଇ ରୁହନ୍ତୁ: କାରଣ ପାଣିରେ ବୁଡି ରହିଥିବା ତାର କିମ୍ବା ଉପକରଣରୁ ବିଜୁଳି ପ୍ରବାହିତ ହୋଇପାରେ। ତେଣୁ ସତର୍କତା ଅବଲମ୍ବନ କରନ୍ତୁ।
  • ୨. ଇଲେକ୍ଟ୍ରିକାଲ୍ ଆପ୍ଲାଏନ୍ସକୁ ପ୍ଲଗରୁ ଅଲଗା କରନ୍ତୁ: ପ୍ରବଳ ବର୍ଷା କିମ୍ବା ଝଡ଼ ସମୟରେ ବିଦ୍ୟୁତ୍ ବିଭ୍ରାଟ ରୋକିବା ପାଇଁ ଆବଶ୍ୟକ ନଥିବା ସମସ୍ତ ବୈଦ୍ୟୁତିକ ଉପକରଣ, ଟିଭି, ଫ୍ରିଜ, ଚାର୍ଜର ଆଦି ପ୍ଲଗରୁ ବାହାର କରିଦିଅନ୍ତୁ।
  • ୩. ବିଦ୍ୟୁତ ବ୍ୟବସ୍ଥାର ଯାଞ୍ଚ କରନ୍ତୁ: ସର୍କିଟ୍ ବ୍ରେକର, ଫ୍ୟୁଜ୍ ଏବଂ ତାର ସମେତ ବିଦ୍ୟୁତ ବ୍ୟବସ୍ଥାର ନିରାପତ୍ତା ଏବଂ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବରେ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ କରନ୍ତୁ।
  • ୪. ତଳେ ପଡ଼ିଯାଇଥିବା ବିଦ୍ୟୁତ ତାର ଠାରୁ ଦୂରରେ ରୁହନ୍ତୁ: ଯଦି ଆପଣ କୌଣସି ବିଦ୍ୟୁତ୍ ତାର ଖସିପଡ଼ିଥିବାର ଦେଖୁଛନ୍ତି ତାହାକୁ ସ୍ପର୍ଶ କରନ୍ତୁ ନାହିଁ, ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ ଏବଂ ତୁରନ୍ତ କର୍ତୃପକ୍ଷଙ୍କୁ ଜଣାନ୍ତୁ ।
  • ୫. ସର୍ଜ ପ୍ରୋଟେକ୍ଟର ବ୍ୟବହାର କରନ୍ତୁ: ବଜ୍ରପାତ ଜନିତ ଭୋଲ୍ଟେଜ୍ ସମସ୍ୟାରୁ ଆପଣଙ୍କ ଇଲେକ୍ଟ୍ରୋନିକ୍ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ସର୍ଜ ପ୍ରୋଟେକ୍ଟର ଲଗାନ୍ତୁ।
  • ୬. ବର୍ଷା ଘଡ଼ଘଡ଼ି ସମୟରେ ଘରୁ ବାହାରନ୍ତୁ ନାହିଁ: ବଜ୍ରପାତ କିମ୍ବା ପ୍ରବଳ ବର୍ଷା ସମୟରେ ଘରୁ ବାହାରି କୌଣସି କାମ କରନ୍ତୁ ନାହିଁ। ଯଦି ବାହାରେ ଅଛନ୍ତି ତେବେ ଖୋଲା ପଡ଼ିଆ, ଗଛମୂଳ ଓ ଟିଣ ଛାତ ଭଲି କୌଣସି ଧାତବ ଆବୃତ ସ୍ଥାନରେ ସାହାରା ନିଅନ୍ତୁ ନାହିଁ।
  • ୭. ବୈଦ୍ୟତିକ ଉପକରଣକୁ ଶୁଖିଲା ରଖନ୍ତୁ: କୌଣସି ଇଲେକ୍ଟ୍ରିକାଲ୍ ଉପକରଣ ଯଥା ପ୍ଲଗ ଓ ସୁଇଚ ଗୁଡ଼ିକରେ ପାଣି ଲାଗିବାକୁ ଦିଅନ୍ତୁ ନାହିଁ। ଯେମିତି ଏଥିରେ ପାଣି ନଗାଲେ ଏଥିପାଇଁ କୌଣସି ଜଳନିରୋଧୀ ବା ବିଦ୍ୟତ କୁପରିବାହୀ ଯଥା ପ୍ଲାଷ୍ଟିକ କଭର ବ୍ୟବହାର କରନ୍ତୁ।
  • ୮. ପିଲାମାନଙ୍କୁ ବୈଦ୍ୟୁତିକ ନିରାପତ୍ତା ବିଷୟରେ ସଚେତନ କରନ୍ତୁ: ବର୍ଷା ଋତୁରେ ବିଜୁଳିର ବିପଦ ଏବଂ ନିରାପତ୍ତାର ଗୁରୁତ୍ୱ ବିଷୟରେ ପିଲାମାନଙ୍କୁ ସଚେତନ କରନ୍ତୁ। ଏହାଦ୍ୱାରା ସେମାନେ ଘଟଣା ବିଷୟରେ ଅବଗତ ହେବା ସହିତ ସୁରକ୍ଷିତ ରହିବେ।
    avoid electricity in rainy day

ଏହିସବୁ ସତର୍କତା ଅବଲମ୍ବନ କଲେ ବିଦ୍ୟୁତ ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି କମ୍ପାନୀ କହିଛି।ତେବେ ଯଦି ଟିପିସିଓଡିଏଲ୍ର ଗ୍ରାହକମାନେ କୌଣସି ବିଦ୍ୟୁତ ଜନିତ ଘଟଣାକୁ ପଞ୍ଜୀକୃତ କରିବାକୁ ଚାହୁଁଛନ୍ତି ତେବେ କିମ୍ବା କୌଣସି ସହାୟତା ଚାହୁଁଛନ୍ତି ତେବେ ୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲପଲାଇନ ନମ୍ବର- ୧୯୧୨କୁ କଲ୍ କରିପାରିବେ। ନହେଲେ
ୱେବସାଇଟ୍: www.tpcentralodisha.comଭିଜିଟ୍ କରିପାରିବେ ଓ ମିତ୍ର ଆପ୍ ବ୍ୟବହାର କରି ଅଭିଯୋଗ ଜଣାଇପାରିବେ।

ଗ୍ରାହକଙ୍କ ସୁରକ୍ଷାର ଗୁରୁତ୍ୱ ଉପରେ ଟିପିସିଓଡିଏଲର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ ଏହି ଆହ୍ୱାନଗୁଡିକର ସିଧାସଳଖ ମୁକାବିଲା କରିବା ପାଇଁ ଆମର ବ୍ୟାପକ ସୁରକ୍ଷା ପ୍ରୋଟୋକଲ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି। ଯାହା ବର୍ଷା ଋତୁରେ ଆମର ଉପଭୋକ୍ତାଙ୍କୁ ନିରନ୍ତର ବିଜୁଳି ଯୋଗାଣ ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବ। ଆମେ ଆମର ସମସ୍ତ ଉପଭୋକ୍ତା ମାନଙ୍କୁ ସତର୍କ ରହିବାକୁ ଏବଂ ଦିଆଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଇଛୁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+