Get Updates
Get notified of breaking news, exclusive insights, and must-see stories!

କେତେ ସୁରକ୍ଷିତ ଧବଳେଶ୍ୱର ଝୁଲା ପୋଲ, ଏକାସାଙ୍ଗରେ ମାତ୍ର ୨୦୦ ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି

କେତେ ସୁରକ୍ଷିତ ଧବଳେଶ୍ୱର ଝୁଲା ପୋଲ, ଏକାସାଙ୍ଗରେ ମାତ୍ର ୨୦୦ ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି

କଟକ: ଗୁଜୁରାଟ ମଚ୍ଛୁ ନଦୀ ଉପରେ ନିର୍ମିତ ପ୍ରାୟ 143 ବର୍ଷ ପୁରୁଣା ପୋଲ ଭୁଶୁଡ଼ିବା କାରଣରୁ 140 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଶତାଧିକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣା ପରେ ଏବେ ଧବଳେଶ୍ୱର ଝୁଲା ପୋଲ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠୁଛି । ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଧବଳେଶ୍ୱର ଝୁଲା ପୋଲ ଉପରେ ଏକାବେଳେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ମିଳିଛି । ଏ ନେଇ ସୂଚନା ଜାରି କରିଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ ।

 Dhabaleswar

ସୂଚନା ଅନୁସାରେ, ପୂର୍ବରୁ କୋଲକାତାର ଟିମ୍ ଆସି ପୋଲର ସୁରକ୍ଷା ନେଇ ଯାଞ୍ଚ କରିଥିଲା । ଟିମ୍‌ ଯାଞ୍ଚ ପରେ ଧବଳେଶ୍ଵରଙ୍କ ଝୁଲାପୋଲ ସେତୁର କ୍ଷମତା କମାଇ ଦିଆଯାଇଛି । ପୂର୍ବରୁ ପାଖାପାଖି ୬୦୦ ଲୋକ ଯାତୟତ କରୁଥିବା ବେଳେ ଏହି ସଂଖ୍ୟାକୁ କମାଇ ଏବେ ୨ଶହ କରାଯାଇଛି । ସେହିପରି କାର୍ତ୍ତିକ ମାସ ପାଇଁ ଲୋକଙ୍କ ଭିଡି ଅଧିକ ବଢିପାରେ ଏ ନେଇ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ମାନେ ଦର୍ଶନ ପାଇଁ ଆସିବାକୁ ନିବେଦନ କରିଛି ପ୍ରଶାସନ । ଏପରିକି ଲୋକଙ୍କ ସୁବିଧା ପାଇଁ ଅସ୍ଥାୟୀ ଭାବେ ଡଙ୍ଗାର ବ୍ୟବସ୍ଥା ମଧ୍ୟ କରାଯାଇଛି । ୩ ମାସ ମଧ୍ୟରେ ବ୍ରିଜ କାମ ସରିଲେ ଯାତାୟତ ବ୍ୟବସ୍ଥା ସ୍ୱଭାବିକ କରାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଧବଳେଶ୍ୱର ଝୁଲା ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ ମଧ୍ୟ ମୁତୟନ କରାଯାଇଛି । ସେହିପରି ପୋଲର ଯାଞ୍ଚ ପାଇଁ ଆସନ୍ତା କାଲି ଗୋଟିଏ ଦିନ ପାଇଁ ବନ୍ଦ ରହିବ ଧବଳେଶ୍ୱର ଝୁଲା ପୋଲ, ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+