କେତେ ସୁରକ୍ଷିତ ସ୍କୁଲ ବସ୍ ! ବିନା ଫିଟନେସରେ ଗଡୁଛି ୪୬୦ଟି ବସ
କେତେ ସୁରକ୍ଷିତ ଆପଣଙ୍କ ପିଲାର ସ୍କୁଲ ବସ୍ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ରାଜଧାନୀରେ ବିପଦଶଙ୍କୁଳ ଅବସ୍ଥାରେ ଚାଲୁଛି ଅନେକ ବସ୍ । ବିନା ଫିଟନେସରେ ଚାଲୁଛି ଅନେକ ସ୍କୁଲ ବସ୍ । ବିଧାନସଭାରୁ ଆସିଛି ଏପରି ସାଂଘାତିକ ତଥ୍ୟ ।

ଭୁବନେଶ୍ୱରରେ ୪୬୦ଟି ସ୍କୁଲ ବସ ବିନା ଫିଟନେସରେ ଗଡୁଛି । ମୋଟ ୧୪୮୪ଟି ବସ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୪୬୦ଟି ବସର ଫିଟନେସ୍ ନାହିଁ । ଆଜି ଏନେଇ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାଜଧାନୀରେ ସ୍କୁଲ ଅବସ୍ଥା ଯଦି ଏପରି ତେବେ ରାଜ୍ୟର ଅନ୍ୟ ଜିଲ୍ଲାରେ ଚାଲୁଥିବା ସ୍କୁଲ ବସର ଅବସ୍ଥା କରିଛି ।












Click it and Unblock the Notifications