ମଦରୁ କେତେ ରାଜସ୍ୱ ପାଉଛନ୍ତି ସରକାର
Odisha News: ରାଜ୍ୟରେ ୨୦୧୪ ରେ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଥିବା ବେଳେ ୨୦୨୪ରେ ଏହାର ପରିମାଣ ବଢି ୭୭୮୬.୧୪ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ରାଜ୍ୟରେ ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟା ୩୮୫୯ ରହିଛି । ରାଜ୍ୟ ସରକାର ଗତ ୩ ବର୍ଷରେ ମଦରୁ ପ୍ରାୟ ୧୯ ହଜାର ୨୦୦ ଶହ ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି ।
ରାଜ୍ୟ ସରକାର ୩ ବର୍ଷ ମଦରୁ ୧୯ ହଜାର ୨ ଶହ କୋଟି ଟଙ୍କାର ରାଜ୍ୟସ୍ୱ ଆଦାୟ କରିଛନ୍ତି । ୨୦୨୧-୨୦୨୨ ମସିହାରେ ୫ ହଜାର ୪୨୮ କୋଟି ରାଜସ୍ବ ଆଦାୟ ହୋଇଥିବା ବେଳେ ୨୦୨୨-୨୦୨୩ରେ ୬ ହଜାର ୪୫୫ କୋଟି, ୨୦୨୩-୨୦୨୪ ୭ ହଜାର ୨୧୬ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବା ନେଇ ରେକର୍ଡ ରହିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବ ସରକାରଙ୍କ ସମୟରେ ରାଜ୍ୟରେ ମଦ ପିଇ ୫୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ରେକର୍ଡ ରହିଛି ।












Click it and Unblock the Notifications