5T ସଚିବଙ୍କ ହେଲିକପ୍ଟର ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଉତ୍ତର ରଖିଲେ ଟୁକୁନି ସାହୁ

ଭୁବନେଶ୍ୱର: 5T ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବିରୋଧୀ ଦଳ ଶାସକ ବିଜେଡିକୁ ଘନଘନ ଆକ୍ରମଣ କରୁଛନ୍ତି । କିଏ ସରକାରଙ୍କୁ ଟାର୍ଟେଗ କରୁଛି, ତ କିଏ ପାଣ୍ଡିଆନଙ୍କ ରାଜ୍ୟ ଭ୍ରମଣ ନେଇ ପ୍ରଶ୍ନ ଉଠାଉଛି । ତେବେ 5T ସଚିବ ଭି.କେ ପାଣ୍ଡିଆନ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଆଜି ଏହାର ଜବାବ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

5T Secretary Helicopter Tour

ସେ ଟ୍ବିଟ୍ କରି ଲେଖିଛନ୍ତି, କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି । ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି । ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି । କିଏ କହୁଛି ହେଲିକପ୍ଟର ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ ଆଉ କିଏ କହୁଛି ୫୦୦ କୋଟି । ସେମାନଙ୍କ ନିଜ କଥାରେ ତାଳମେଳ ରହୁନାହିଁ । ପ୍ରକୃତରେ ଗତ ୫ ବର୍ଷରେ ହେଲିକପଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି। ଅର୍ଥାତ୍ ବର୍ଷକୁ ହାରାହାରି ୧୦ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ମନ୍ତ୍ରୀ ଲେଖିଛନ୍ତି ।

ସେ ଆହୁରି ଲେଖିଛନ୍ତି, ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି । ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ, ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ବୋଲି ମନ୍ତ୍ରୀ ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+