ରାଜ୍ୟରେ ଏବେ ମୁଣ୍ଡପିଛା କେତେ ଋଣ ରହିଛି ? ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ…

ରାଜ୍ୟରେ ଏବେ ମୁଣ୍ଡପିଛା କେତେ ଋଣ ରହିଛି ? ସୋମବାର ବିଧାନସଭା ବଜେଟ୍ ଅଧିବେସନର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Finance Minister

ଭୁବନେଶ୍ବର: ରାଜ୍ୟରେ ଏବେ ମୁଣ୍ଡପିଛା କେତେ ଋଣ ରହିଛି ? ସୋମବାର ବିଧାନସଭା ବଜେଟ୍ ଅଧିବେସନର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସେ କହିଛନ୍ତି ଯେ, 'ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି । ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି । ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା । ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ।

ତେବେ ଗୃହରେ ତାରା କହିଛନ୍ତି ଯେ, କଂଗ୍ରେସ ସମୟରେ ରାଜ୍ୟରେ ମୁଣ୍ଡପିଛା ଋଣଭାର ୫ ହଜାର ବି ଛୁଇଁ ନଥିଲା । ହେଲେ ଋଣଭାର ଋଣଭାର ବୋଝ ହେଲାଣି କହି ଏମାନେ ସରକାରକୁ ଆସିଲେ । ବିକାଶ ଏକ ପ୍ରକ୍ରିୟା ହେଲେ ଲକ୍ଷେ କୋଟି ଟଙ୍କା ଋଣଭାରରେ ଓଡ଼ିଶା ସରକାର ଏବେ ବୁଡ଼ିଛନ୍ତି । ଯାହା ରାଜ୍ୟର ମୁଣ୍ଡପିଛା ୨୨ ହଜାର ଟପିଲାଣି, ଏହାକୁ କମାଇବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । କାରଣ ଉନ୍ନତି ହେଉଛି ବୋଲି ବାହାନ ଦେଖାନ୍ତୁନି, ସେତେବେଳେ ସୁନା ଥିଲା ୩ ହଜାର ଟଙ୍କା ଏବେ ୬୦ ହଜାର ହେଲାଣି ତେଣୁ ରାଜ୍ୟବାସୀଙ୍କୁ ଋଣମୁକ୍ତ କରନ୍ତୁ ବୋଲି ଗୃହରେ ତାରା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+