ଓଡ଼ିଶାରେ ଅଛନ୍ତି କେତେ ବାଘ; ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ, ଜାଣନ୍ତୁ କେତେ ?

ଓଡିଶାରେ ଏବେ କେତେ ବାଘ ଅଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ । ଉତ୍ତରରେ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଥିଲେ, ୧୦ ବର୍ଷ ମଧ୍ୟରେ ୪୮ ଟି କଲରା ପତରିଆ ୭ ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି ।

tiger

ଏଥିରୁ ୨୫ ଶିକାରୀଙ୍କ ଦ୍ୱାରା ହତ୍ୟା କରାଯାଇଛି । ସେହିପରି ୪ ଟି ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣାରେ ୨, ରାସ୍ତା ଦୁର୍ଘଟଣା ରେ ୩,ନଦୀ ନାଳରେ ବୁଡି ୬ ପ୍ରାଣ ହରାଇଛନ୍ତି ।

ବର୍ତ୍ତମାନ ରାଜ୍ୟ ସ୍ତରୀୟ ବାଘଗଣନା ୨୦୨୪ ଅନୁଯାୟୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି, କେନ୍ଦୁଝର , ଓ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ , ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ସର୍ବମୋଟ ୨୭ଟି ମହାବଳ ବାଘ ଥିବା ଗଣନାରୁ ଜଣାପଡିଛି । ଏହାବ୍ୟତୀତ ଶିମିଳିପାଳରେ ୮ଟି ବାଘ ଶବକ ଥିବା ଠାବ କରାଯାଇଛି ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+