ରାଜ୍ୟରେ ରହିଛି କେତୋଟି ପଞ୍ଜୀକୃତ ୱେବ ମିଡ଼ିଆ ?
କେଉଁ ୱେବ ମିଡିଆ ସରକାରଙ୍କ ଦ୍ବାରା ପଞ୍ଚୀକୃତ ? କେଉଁ ୱେବ ମିଡିଆ ଖବର ଉପରେ ଲୋକେ ଭରସା କରିବା ଉଚିତ ?

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ କଳିକନ୍ଦିରେ ୱେବ ମିଡି଼ଆ । ଓଡ଼ିଶାରେ ମଧ୍ୟ ମାଳ ମାଳ ୱେବ ମିଡିଆ ଖୋଲିଛି । ହେଲେ କେଉଁ ୱେବ ମିଡିଆ ସରକାରଙ୍କ ଦ୍ବାରା ପଞ୍ଚୀକୃତ ? କେଉଁ ୱେବ ମିଡିଆ ଖବର ଉପରେ ଲୋକେ ଭରସା କରିବା ଉଚିତ ?
ୱେବ ପୋର୍ଟାଲକୁ ସରକାରୀ ସ୍ୱୀକୃତି ଦେବାକୁ ସରକାର କଣ ନୀତି କରିଛନ୍ତି ? କେତେ ୱେବ ପୋର୍ଟାଲ ସରକାରୀ ସ୍ବୀକୃତି ପାଇଁ ଆବେଦନ କରିଛନ୍ତି ? କେତେକଙ୍କୁ ମିଳିଛି ? କେବେ ସୁଦ୍ଧା ସ୍ବୀକୃତି ଦିଆଯିବ ? ମଙ୍ଗଳବାର ୱେବ ମିଡିଆ ପ୍ରସଙ୍ଗ ବିଧାନସଭାରେ ଏଭଳି ପ୍ରଶ୍ନ କରିତିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଯାହାର ଉତ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ୱେବ ପୋର୍ଟାଲକୁ ସ୍ୱୀକୃତି ପ୍ରଦାନ ବାବଦରେ କୌଣସି ନୀତି ରାଜ୍ୟ ସରକାରଙ୍କ ପାଖରେ ନାହିଁ । କେବଳ ୱେବ ପୋର୍ଟାଲକୁ ବିଜ୍ଞାପନ ପ୍ରଦାନ କରିବା ଉଦ୍ଦେଶ୍ୟରେ ତାଲିକା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ୱେବ ମିଡ଼ିଆ ପଲିସି-୨୦୨୦ କାର୍ଯ୍ୟକାରୀ କରାଯାଇଛି । ଏହି ନୀତି ଅନୁସାରେ ୱେବ ମିଡ଼ିଆ ସଂସ୍ଥା ଗୁଡିକର ପଞ୍ଜୀକରଣ କରିବାର ବ୍ୟବସ୍ଥା ରହିଛି ।
ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୮୪ ଗୋଟି ସଂସ୍ଥା ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୮ ଗୋଟି ସଂସ୍ଥାର ପଞ୍ଜୀକରଣ ଜୁନ୍-୨୦୨୦ ସୁଦ୍ଧା କରାଯାଇଥିଲା । ଏବେ ୫୮ଟି ସଂସ୍ଥା ପଞ୍ଜୀକରଣ ନିମନ୍ତେ ଆବେଦନ କରିଛନ୍ତି । ସେମାନଙ୍କ ଆବେଦନ ବିଚାରଧୀନ ରହିଛି । ୱେବ ମିଡ଼ିଆ ପଲିସିର ସର୍ତ୍ତାବଳୀ ଅନୁସାରେ ପଞ୍ଜୀକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।












Click it and Unblock the Notifications