ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା, ପଶ୍ଚିମ ଓଡ଼ିଶା ବିକାଶ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ପଶ୍ଚିମ ଓଡ଼ିଶା ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଛି ପ୍ରାପ୍ତ ତଥ୍ୟ ଅନୁସାରେ ପଶ୍ଚିମ ଓଡ଼ଶା ବିକାଶ ପରିଷଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକ ପାଇଁ ୨୦୨୪-୨୫ର କାର୍ଯ୍ୟାନ୍ବୟନ ପାଇଁ ମୋଟ ୧୫୦,୮୪,୬୪,୦୪୮ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଖର୍ଚ୍ଚ ହୋଇଥିବା ମୋଟ ଅର୍ଥ ମଧ୍ୟରୁ ଅନୁଗୁଳର ୨୫ଟି ପ୍ରକଳ୍ପରେ ୨,୮୦,୦୫,୨୫୮ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବରଗଡ଼ର ୩୫୩ଟି ପ୍ରକଳ୍ପରେ ୨୯,୧୪,୪୫,୦୯୪ ଟଙ୍କା ଖର୍ଚ୍ଚ ହୋଇଛି।

ସେହିପରି ବଲାଙ୍ଗୀର‌ର ୧୧୨ଟି ପ୍ରକଳ୍ପରେ ୭,୯୬,୭୭,୦୪୧ଟଙ୍କା, ବୌଦ୍ଧର ୭୫ଟି ପ୍ରକଳ୍ପରେ ୩,୩୭ ,୪୮,୭୨୭ ଟଙ୍କା, ଦେଓଗଡ଼ର ୧୦୨ଟି ପ୍ରକଳ୍ପରେ ୬,୫୬୪୩,୧୨୧ ଟଙ୍କା, ଝାରସୁଗୁଡାର ୧୬୧ ପ୍ରକଳ୍ପରେ ୯,୩୦,୮୮,୯୨୦ ଟଙ୍କା, କଳାହାଣ୍ଡିର ୨୪୫ ପ୍ରକଳ୍ପରେ ୧୪,୬୨,୨୩,୪୫୧ ଟଙ୍କା ଖର୍ଚ୍ଚ ହୋଇଛି।

cm mohan majhi

ସେହିପରି ନୂଆପଡ଼ାର ୧୭୯ଟି ପ୍ରକଳ୍ପରେ ୮,୯୮,୩୬,୦୫୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସମ୍ବଲପୁରର ୧୬୬ଟି ପ୍ରକଳ୍ପରେ ୨୮,୧୫,୦୦,୬୫୫ ଟଙ୍କା, ସୁବର୍ଣ୍ଣପୁରର ୧୮୯ ପ୍ରକଳ୍ପରେ ୧୪,୩୨,୩୧,୧୨୬ଟଙ୍କା ଏବଂ ସୁନ୍ଦରଗଡ଼ର ୫୫୯ ପ୍ରକଳ୍ପରେ ୨୫,୬୦,୬୪,୫୯୮ ଟଙ୍କା ଖର୍ଚ୍ଚ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+