ବିଧାନସଭାରେ ଉଠିଲା ଷଣ୍ଢ ପ୍ରସଙ୍ଗ, ଜାଣନ୍ତୁ ରାଜ୍ୟରେ ଅଛନ୍ତି କେତେ ଷଣ୍ଢ ?

ବିଧାନସଭାରେ ଉଠିଲା ଷଣ୍ଢ ପ୍ରସଙ୍ଗ। ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟର କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ସେମାନଙ୍କ ସଂଖ୍ୟା କେତେ? ବିଧାନସଭାରେ ଏହାର ହିସାବ ଦେଇଛନ୍ତି ମନ୍ତ୍ରୀ । ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ ଅଛନ୍ତି । ଅନୁଗୁଳରେ ସର୍ବାଧିକ ଷଣ୍ଢ ଅଛନ୍ତି । ଷଣ୍ଢ ପ୍ରସଙ୍ଗରେ ଉତ୍ତର ରଖି ଏହା କହିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ବର୍ତ୍ତମାନ ଷଣ୍ଢଙ୍କ ସଂଖ୍ୟା ଅନୁଗୁଳରେ ୪୭୩୭୭, ବଲାଙ୍ଗିରରେ ୫୬୬୮, ବାଲେଶ୍ଵରରେ ୬୩୧୨, ବରଗଡ଼ରେ ୩୯୨୨, ବୌଦ୍ଧରେ ୩୯୬୩ , ଭଦ୍ରକରେ ୨୪୭୫, କଟକରେ ୩୭୪୬, ଦେବଗଡ଼ରେ ୨୩୯, ଢେଙ୍କାନାଳରେ ୧୯୪୩, ଗଜପତିରେ ୧୨୬୬୨, ଗଂଜାମରେ ୭୧୯୩ , ଜଗତସିଂପୁରରେ ୧୨୪୧, ଝାରସୁଗୁଡାରେ ୧୨୭୨, ଯାଜପୁରରେ ୧୯୯୦, କଳାହାଣ୍ଡିରେ ୬୭୯୪, କନ୍ଧମାଳରେ ୧୭୧୭୬, କେନ୍ଦୁଝରରେ ୪୮୪୦, କେନ୍ଦ୍ରାପଡ଼ାରେ ୧୫୧୭ ,ଖୋର୍ଦ୍ଧାରେ ୨୫୩୨ , କୋରାପୁଟରେ ୩୯୭୪୩ , ମାଲକାନଗିରିରେ ୧୯୨୨୧, ମୟୂରଭଞ୍ଜରେ ୧୩୪୭୯, ନବରଙ୍ଗପୁରରେ ୨୧୮୪୬, ନୟାଗଡ଼ରେ ୯୩୫, ନୂଆପଡ଼ାରେ ୨୭୯୮, ପୁରୀରେ ୨୫୭୪, ରାୟଗଡ଼ାରେ ୧୭୪୮୫, ସମ୍ବଲପୁରରେ ୨୬୯୫, ସୁବର୍ଣ୍ଣପୁରରେ ୩୪୮୨, ସୁନ୍ଦରଗଡରେ ୬୭୩୦ ଅଛନ୍ତି ।

bull

ବିଧାନସଭାରେ ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ଓ ତାରାବାହିନୀ ପତି । ଷଣ୍ଢ ପ୍ରସଙ୍ଗରେ ଆଲେଚନା କରି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଉନ୍ନତ ମାନର ଷଣ୍ଢ ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରଯାଉଛି । ରାଜ୍ୟରେ ଷଣ୍ଢମାନଙ୍କ ସଂଖ୍ୟା ବଢାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+