ଓଡ଼ିଶାରେ ଅଛନ୍ତି କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ? ଉତ୍ତର ରଖିଲେ ମନ୍ତ୍ରୀ...
ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିଛି । ଏବେ ଏହି ସଂଖ୍ୟା ୩୭୪୦ରେ ପହଞ୍ଚିଛି । ଏମାନଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ? ବିଧାନସଭା ମୌସୁମୀ ଅଧିବେଶନରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ଏହି ପ୍ରଶ୍ନ କରିଥିଲେ ।

ତେବେ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିଛି । ଏବେ ଏହି ସଂଖ୍ୟା ୩୭୪୦ରେ ପହଞ୍ଚିଛି । ଏମାନଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରାଳୟ ଏ ନେଇ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ବିଭିନ୍ନ ସମୟରେ ଆସିଛି ।
ଏବେ ରାଜ୍ୟର ବରଗଡ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର ଓ ରାଜଧାନୀ ଭୁବନେଶ୍ୱରର ୟୁପିଡିରେ ରହୁଛନ୍ତି । ସବୁଠୁ ବଡ କଥା ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ମଧ୍ୟରୁ ୧୭୧୧ ଜଣଙ୍କୁ ଦେଶାନ୍ତର ନୋଟିସ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଦେଶାନ୍ତର କରାଯାଇଥିବା କଥା ଉତ୍ତରରେ ଉଲ୍ଲେଖ ରହିଛି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଏବେ ଅନୁପ୍ରବେଶକାରୀଙ୍କ ପ୍ରବେଶ ଉପରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବେଆଇନ ଭାବେ ଆସି ଏଠାରେ ଜନବସତି ସ୍ଥାପନ କରୁଛନ୍ତି। ଯାହା ବିଭିନ୍ନ ସମୟରେ ଦେଶକୁ ଅଡୁଆରେ ପକାଉଛି। ନିକଟରେ କେନ୍ଦ୍ର ସରକାର ନାଗରିକ ସଂଶୋଧନ ଆଇନ ବା ସିଏଏ ଆଣିଛନ୍ତି।












Click it and Unblock the Notifications