ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ କେମିତି ହେଲା, ଷଡଯନ୍ତ୍ର ହେଉନି ତ?: ମୋଦୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଟାର୍ଗେଟ କଲେ ମୋଦି । କହିଲେ ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି । ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଏତେ ଖରାପ କେମିତି ହେଲା । ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି ।
ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଲୋକଙ୍କ ମନରେ ଉଠୁଥିବା ଏହି ସମସ୍ତ ପ୍ରଶ୍ନ ଉପରୁ ବା ରହସ୍ୟ ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ତା'ର ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛନ୍ତି ମୋଦି ।
ମୋଦି କହିଛନ୍ତି, ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନର ଏମଏସପି ମୂଲ୍ୟ ୩୧୦୦ ଟଙ୍କା ଚାଷୀଙ୍କୁ ଦିଆଯିବ । ବିଜେଡିକୁ ୨୫ ବର୍ଷ ଭରସା କଲେ , କିନ୍ତୁ ବିଜେଡି ପ୍ରତିଥର ଓଡ଼ିଶାବାସୀଙ୍କ ଭରସାକୁ ଭାଙ୍ଗିଛି । ଆଦିବାସୀଙ୍କ ଜମି ଲୁଟ୍ କରିବାକୁ ବିଜେଡି ସରକାର ଆଇନ ଆଣିଥିଲେ । କିନ୍ତୁ ବିଜେପିର ଚାପରେ ଏହାକୁ ପ୍ରତ୍ୟାହାର କରିଥିଲେ । ପୁଣିଥରେ ବିଜେଡିକୁ ସୁଯୋଗ ମିଳିଲେ ଆଦିବାସୀଙ୍କ ଜମି ଲୁଟ୍ କରିବେ ।

ଲୋକେ କହୁଛନ୍ତି, ଓଡ଼ିଶାରୁ ଲୁଟ୍ ଟଙ୍କା ବିଦେଶକୁ ଯାଉଛି । ଲୁଟ୍ ଟଙ୍କା ଯେଉଁଠି ବି ଲୁଚାଇଲେ ତାହାକୁ ଆଦାୟ କରିବୁ । ଏହା ମୋଦୀଙ୍କ ଗ୍ୟାରେଣ୍ଟି । ଯିଏ ଲୋକଙ୍କ ଟଙ୍କା ଲୁଟିଛି, ତାକୁ ଫେରାଇବାକୁ ପଡିବ । ଲୁଟ୍ କରିଥିବା ଲୋକ ଜୀବନସାରା ଜେଲରେ ରହିବେ । ଜନତାଙ୍କ ଲୁଟ୍ କରୁଥିବା ଲୋକଙ୍କ ପ୍ରତି ଟିକେ ବି ଦରଦ ଦେଖାଇବୁନି । ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ନେଇ ବିଜେଡି ସରକାର ଧୋକା ଦେଉଛି । ଆଜି ପୂରା ଦେଶ ଜାଣିବାକୁ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡେ ଗଲା? ଯାଞ୍ଚ ରିପୋର୍ଟରେ କାହା ନାଁ ରହିଛି । ବିଜେଡି ଯାହା ଲୁଚାଉଛି ତାହାର ଖୁଲାସା ବିଜେପି ସରକାର ଆସିଲେ ନିଶ୍ଚୟ କରାଯିବ ।












Click it and Unblock the Notifications