୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ: ପଞ୍ଚାୟତିରାଜ ମନ୍ତ୍ରୀ
୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ। ସର୍ଭେ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସୂଚନା।ଅଫ୍ଲାଇନ୍ ଓ ଅନ୍ଲାଇନ୍ରେ ହିତାଧିକାରୀ ଆବେଦନ କରିପାରିବେ ।

୨୪ ତାରିଖରେ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର।
ଦେଢ଼ମାସରୁ ୨ ମାସ ଚାଲିବ ଆବାସ ସର୍ଭେ ବୋଲି କହିଲେ ମନ୍ତ୍ରୀ ।
ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି, ଓଡ଼ିଶାକୁ ଅଧିକ ମିଳିବା ଆଶା। ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିପାରିବେ ।












Click it and Unblock the Notifications