ଗ୍ରାମାଞ୍ଚଳରେ ଆରମ୍ଭ ହୋଇଛି ଆବାସ ସର୍ଭେ, ଦୁଇ ମାସରେ ସରିବ ; ମନ୍ତ୍ରୀ ଦେଲେ ବଡ ସୂଚନା

ଦୁଇ ମାସରେ ସରିବ ଆବାସ ସର୍ଭେ ।ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ଯେଉଁମାନେ ବି ଆବାସ ପାଇବାରୁ ବାଦ ପଡ଼ିଛନ୍ତି । କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ।

abas yojana

ବିଭାଗର ଟ୍ରେନର ମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି । ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି, ବଞ୍ଚିତ ଅଛନ୍ତି, ସେମାନଙ୍କୁ ସାମିଲ କରାଯାଉଛି । ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବ ମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା । ସର୍ଭେକୁ ବିଭାଗ ଅଧିକ ଗୁରୁତ୍ଵ ଦେଉଛି । ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତ ସମୟରେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ଏଥିସହ ବିଜେଡି ସଚିବାଳୟ ଘେରାଉ କରିବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି କଣ କରିଛି ଲୋକ ଜାଣିଛନ୍ତି । ତାକୁ ଦେଖିବା ପରେ ନିର୍ବାଚନରେ ରାୟ ଦେଇଛନ୍ତି । ବିଜେଡ଼ି କଣ କରିଛି, ଗୋଟିଏ ଉଦାହରଣ ଦେଉ । ଲୋକଙ୍କୁ ଠକି ଠକି ଦିନ ଗଲା । ଗଣତନ୍ତ୍ରକୁ ନଷ୍ଟ କରିଥିଲେ । ମନ୍ତ୍ରୀ, ବିଧାୟକ କେଉଁଠି ରହୁଥିଲେ ଲୋକ ଦେଖିଛନ୍ତି । ମନ୍ତ୍ରୀ ଟେଣ୍ଟ ବନ୍ଧୁଥିଲେ, ଚେୟାର ପକାଉଥିଲେ ।

ନୂଆ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡ଼ି । ତାଙ୍କ ମନରେ ଆକ୍ରୋଶ ହେଉଛି, ସେତେବେଳେ ବି ସରକାରୀ ଅର୍ଥ ଥିଲା କିନ୍ତୁ ଯୋଜନା କରିପରୁନଥିଲେ । କିନ୍ତୁ ବିଜେପି ସରକାର ୬ ମାସରେ କରି ଦେଲେ ବୋଲି ଲୋକଙ୍କ ମନରେ ଆନ୍ଦୋଳିତ ହେଉଛି । ବିଜେଡିକୁ ଆଉ କିଛି ଦାନା ମିଳୁନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+