ପୁଣି ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

Housing and Urban Development Department :ରାଜ୍ୟର ସହରାଞ୍ଚଳ ବିକାଶକୁ ଶ୍ରୀ ଯୋଶୀଙ୍କ ପ୍ରଶଂସା

ଭୁବନେଶ୍ୱର: ପୁଣି ରାଜ୍ୟକୁ କେନ୍ଦ୍ରର ପ୍ରଶଂସା । ସଚିବ ଶ୍ରୀ ଯୋଶୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟରେ କିନ୍ନରମାନଙ୍କୁ ନିୟୋଜିତ କରାଯାଇଛି । ଯାହାକୁ ଗର୍ବ ଓ ଖୁସିର ବିଷୟ ବୋଲି କହିଛନ୍ତି ଗୃହ ଓ ସହରାଞ୍ଚଳ ବ୍ୟାପାର ସଚିବ ମନୋଜ ଯୋଶୀ । ରାଜ୍ୟ ସରକାର ସହରାଞ୍ଚଳ ବିକାଶରେ ବଡ଼ ବଡ଼ କମ୍ପାନୀକୁ ନିୟୋଜିତ ନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କିନ୍ନର, ବସ୍ତିବାସିନ୍ଦା ଓ ସହରାଞ୍ଚଳ ଗରିବ ଲୋକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଯାହା ଫଳରେ ଅନେକ ଲୋକ ରୋଜାର କ୍ଷମ ମଧ୍ୟ ହୋଇପାରୁଛନ୍ତି ।

ODISHA
ଗୃହ ଓ ସହରାଞ୍ଚଳ ବ୍ୟାପାର ସଚିବ ମନୋଜ ଯୋଶୀ ରାଜ୍ୟ ସରକାରଙ୍କ ଜାଗା ମିଶନରେ ରୂପାନ୍ତରଣ କରାଯାଇଥିବା ବିଜୁ ଆଦର୍ଶ କଲୋନୀ ବୁଲି ଦେଖିବା ସହ ବସ୍ତିରେ କିପରି କାର୍ଯ୍ୟ କରାଯାଉଛି ଓ ରାଜ୍ୟ ସରକାରଙ୍କ ଦ୍ୱାରା କେଉଁ କେଉଁ ସୁବିଧା ଯୋଗାଇ ଦିଆଯାଉଛି ସେନେଇ ବସ୍ତି ଉନ୍ନୟନ ସଂସ୍ଥା ସହିତ ଆଲୋଚନା କରିଥିଲେ। ରାଜ୍ୟ ଜଳ ଏକାଡେମୀ ବୁଲିଦେଖିବା ସହ ପୁରୀ ଯାଇ ରାଜ୍ୟର ଫ୍ଲାଗ୍‍ସିପ ଯୋଜନା ଡ୍ରିଙ୍କ୍‍ଫ୍ରମ ଟ୍ୟାପ୍‍ ମଧ୍ୟ ବୁଲି ଦେଖିଥିଲେ । ଏହାପରେ ସେ କିନ୍ନରମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ସେପ୍ଟେଜ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ ଦେଖିବା ସହ କିନ୍ନରମାନଙ୍କ ସହ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ସେହିପରି ଏସ୍‍ଏଚ୍‍ଜିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ମଧ୍ୟ ପହଁଚିଥିଲେ ଶ୍ରୀ ଯୋଶୀ । ନିଜର ଗସ୍ତ ସାରି ଫେରିବା ପରେ ଶ୍ରୀ ଯୋଶୀ ଭୁବନେଶ୍ୱରରେ ଥିବା ସ୍ୱେରେଜ୍‍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାର ଏକ ଉଲ୍ଲେଖନୀୟ ଉଦାହରଣ ଓ ରାଜ୍ୟ ସରକାରଙ୍କ ଏହି ପଦକ୍ଷପକୁ ଟ୍ୱିଟ୍‍ କରି ପ୍ରଶଂସା କରିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+