ଦୁର୍ବୃତ୍ତର ବୋମାମାଡ଼ରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ୩ ସଦସ୍ୟ

ଗଞ୍ଜାମ ଜିଲ୍ଲା ଛତ୍ରପୁର ଚିକଲଖଣ୍ଡି ଗାଁରେ ବେମାମାଡ଼। ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ ପୁଅ। ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।

bomb attack

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାପା-ମା ଓ ପୁଅ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ଦୁର୍ବୃତ୍ତମାନେ ବାଇକ୍ ଆସି ଜି.କାମରାଜୁ ରେଡ୍ଡୀଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ। ହଠାତ୍ ବୋମା ମାଡ଼ ଶବ୍ଦ ଶୁଣି ଉଠି ପଡ଼ିଥିଲେ ପରିବାର ଲୋକେ। ଦେଖିଲା ବେଳକୁ ଘର କାନ୍ଥ, କବାଟ ଭାଙ୍ଗି ଚୁର୍ମାର ହୋଇଯାଇଥିଲା।

ସେପଟେ ବୋମାମାଡ଼ ନେଇ ଜି.କାମରାଜୁ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+