ବଜ୍ରପାତରେ ଜଳିଗଲା ଘର, ୨ ଗୁରୁତର
ପାରାଦୀପ: ଗତ ବିଳମ୍ବିତ ରାତିରେ ବଜ୍ରପାତରେ ଜଳିଗଲା ଘର । ଘର ଜଳିଯିବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ରହିଛି । ଏପରି ଘଟଣା କୁଜଙ୍ଗ ବରିହାଡିହା ଗାଁରେ ଘଟିଛି ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ କାଳବୈଶାଖୀରେ ପାରାଦୀପ କୁଜଙ୍ଗ ବରିହାଡିହା ଗାଁର ଦୁଇ ଜଣଙ୍କ ଘରେ ବଜ୍ରପାତ ଯୋଗୁ ନିଆଁ ଲାଗିଯାଇଥିବା ନେଇ ସୂଚନା ମିଳିଛି । ତେବେ ୨ ଜଣ ବ୍ୟକ୍ତିଙ୍କ ଘର ଉପରେ ବଜ୍ରପାତ ପଡିଛି ପ୍ରାୟ ୪ ରୁ ୫ ବଖରା ଜଳିଯିବା ସହିତ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଆସବାପତ୍ର ମଧ୍ୟ ଜଳି ଯାଇଥିବା ଜଣା ପଡିଛି ।

ତେବେ ବଜ୍ରପାତ ପଡିବା ସହ ଘରେ ଥିବା ଗ୍ୟାସ୍ ସିଲିଣ୍ତର ମଧ୍ୟ ବିସ୍ଫୋରଣ ଘଟିବା ସହ ପରେ ନିଆଁ ଲାଗିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଥିବା ନେଇ ସୂଚନା ରହିଛି । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ନିଆଯାଇଥିଲା ପରେ କଟକ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications