ଜାମୁଝାଡ଼ି ବଜାରରେ ହୋଟେଲ୍‌ ମାଲିକଙ୍କୁ ନିର୍ମମ ହତ୍ୟା, ହୋଟେଲ୍‌ ଭିତରୁ ଗଳିତ ମୃତଦେହ ଉଦ୍ଧାର

ଗ୍ରାହକ ସବୁ ଖାଇ ପିଇ ଘରକୁ ଗଲେ । ହୋଟେଲ୍ ଖାଲି ହେଲା । ଆଉ କେହି ଗ୍ରାହକ ନଥିବାରୁ କବାଟ ବନ୍ଦ କରି ଶୋଇବାକୁ ଗଲେ । ହେଲେ ସକାଳୁ ହୋଟେଲ ଭିତରୁ ମିଳିଲା ମୃତଦେହ । ହତ୍ୟା ନା ଆତ୍ମହତ୍ୟା ପୋଲିସ ଖୋଜୁଛି କାରଣ ।

Hotel owner brutally

ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଲାଗୁଛି ହୋଟେଲ ମାଲିକଙ୍କୁ ହତ୍ୟା କରାଯାଇଛି । ଏମିତିକି ହତ୍ୟା ପରେ ତାଙ୍କ ଗାଡି ବି ନେଇଯାଇଛନ୍ତି କେହି ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ଜାମୁଝଡି ନିକଟରେ ଥିବା ହୋଟେଲ ଜୟ ମା ଦୁର୍ଗା ହୋଟେଲ ମାଲିକଙ୍କୁ ମୃତଦେହ ଉଦ୍ଧାର ହୋଇଛି । ମୁଣ୍ଡରେ ବି ଲାଗିଛି ଗଭୀର ଆଘାତ ।

ସୂଚନା ଥାଉକି, ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡା ହୋଟେଲରେ ଶୋଇଥିଲବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ସ୍କୁଟି ନେଇ ପଳାଇ ଯାଇଥିବା ଜଣାପଡିଛି । ସକାଳେ ହୋଟେଲର ମାଲିକ ଶୋଇଥିବାର ଦେଖି ରୋଷେୟା ରମେଶ ଡାକିଥିଲେ । ହେଲେ ମାଲିକ ଗଜେନ୍ଦ୍ର ନ ଉଠିବାରୁ ସ୍ଥାନୀୟ ଲୋକ ସିମୁଳିଆ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି । ହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବା ପୋଲିସ ତଦନ୍ତ ଆରମ୍ଭ କରିଛି । ରୋଷେୟାକୁ ପୋଲିସ ପଚରାଉଚରା କରୁଛି l ଥାନାରେ ଅଭିଯୋଗ କରିଛନ୍ତି ଭାଇ ସୁରେନ୍ଦ୍ର ପ୍ରସାଦ ପଣ୍ଡା l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+