ଉପର ମୁହାଁ ପାରଦ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ଧିରେ ଧିରେ ଉଭାନ ହେବାରେ ଲାଗିଛି ଶୀତ । ଆଉ ମାସ ଆରମ୍ଭରୁ ଉପରମୁହାଁ ହୋଇଛି ପାରଦ । ଯାହା ଫଳରେ ବୃଦ୍ଧି ପାଉଛି ଦିନର ତାପମାତ୍ରା । ଶନିବାର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି । ଯେଉଁକାରଣରୁ ଫେବୃଆରୀ ମାସରେ ଗ୍ରୀଷ୍ମ ପରି ଅନୁଭୂତି ଦେଉଛି ।

hot weather

ଦିନରେ ଟାଇଁଟାଇଁ ଖରା ହୋଇଥିବାବେଳେ ରାତି ତାପମାତ୍ରାରେ ଯଥେଷ୍ଟ ବୃଦ୍ଧି ଘଟିଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଦିନକରେ ତାପମାତ୍ରା ୩ ଡିଗ୍ରୀରୁ ଅଧିକ ବଢ଼ିଛି ।

ତେବେ ଶନିବାର ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡା ୩୫.୨ ଡିଗ୍ରୀ, ବଲାଙ୍ଗୀର ୩୫ ଡିଗ୍ରୀ, ସମ୍ବଲପୁର ୩୪.୭ ଡିଗ୍ରୀ, ହୀରାକୁଦ ୩୪.୭ ଡିଗ୍ରୀ, ଭବାନୀପାଟଣାରେ ୩୪ ଡିଗ୍ରୀ ସେଲ୍‌ସିୟସ ରହିଥିଲା, ପୁରୀରେ ରାତି ତାପମାତ୍ରା ସର୍ବାଧିକ ୨୪.୨ ଡିଗ୍ରୀ ରହିଥିଲା । ସେହିଭଳି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ କୁହୁଡି ଜାରି ରହିଛି । ଘନକୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି । ଆସନ୍ତା ୨ଦିନ ଘନକୁହୁଡ଼ି ଜାରି ରହିବ । ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+