Get Updates
Get notified of breaking news, exclusive insights, and must-see stories!

ଇଡିରେ ହାଜର ହେଲେ ହନିଟ୍ରାପ୍‌ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ

ଇଡିରେ ହାଜର ହେଲେ ହନିଟ୍ରାପ୍‌ ଅଭିଯୁକ୍ତ ଅର୍ଚ୍ଚନା ନାଗ । ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଇଡିରେ ହାଜର ହୋଇଛନ୍ତି । କେଉଁ ମାମଲାରେ ଉଭୟ ହାଜର ହୋଇଛନ୍ତି ଜଣାପଡି ନାହିଁ ।

14 ମାସ ପରେ ଗତ ବର୍ଷ ଡିସେମ୍ବର 12 ତାରିଖରେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍‌ରୁ ବାହାରିଥିଲେ ଅର୍ଚ୍ଚନା ନାଗ । ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଥିଲେ, ସବୁ ତଥ୍ୟ ପ୍ରମାଣ ମୁଁ କୋର୍ଟରେ ଦାଖଲ କରିବି । କୋର୍ଟଙ୍କ ଉପରେ ମୋର ଭରସା ଅଛି ବୋଲି ସେ କହିଥିଲେ ।

ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଥିଲା ଜାମିନ । 2 ଲକ୍ଷ ଟଙ୍କାର 2 ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇଥିଲେ । ମୋଟ ତିନୋଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ଦୀର୍ଘ 14 ମାସ ଧରି ଝାରପଡ଼ା ଜେଲ୍‌ରେ ଥିଲେ ଅର୍ଚ୍ଚନା ନାଗ । ଶେଷରେ (ଡିସେମ୍ବର 12) ଦିନ ଜେଲ୍‌ରୁ ବାହାରିଥିଲେ ଅର୍ଚ୍ଚନା ନାଗ ।

Archana Nag and her husband Jagbandhu

ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିଲେ । ଏଥିରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ । ଏମିତି ଅଭିଯୋଗ ଆସିବା ପରେ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ପରେ ସହଯୋଗୀ ଖଗେଶ୍ବରଙ୍କୁ ମଧ୍ୟ ବାନ୍ଧିଥିଲା ପୋଲିସ । ଏହି ମାମଲାର ତଦନ୍ତ ଇଡି ଦ୍ବାରା କରାଯାଇଥିଲା । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ବିଳାସପୂର୍ଣ୍ଣ କୋଠା ସମେତ ଖଗେଶ୍ୱରଙ୍କ କୋଠାକୁ ମଧ୍ୟ ଇଡି ଜବତ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+