ମହୁଆ ମୋଇତ୍ର ଓଡ଼ିଶାର ବୋହୂ, ସେ ଓଡ଼ିଶାର ସ୍ୱାର୍ଥକୁ ଦେଖନ୍ତୁ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଓଡ଼ିଶାରେ ବାଂଲାଦେଶୀ ମୁସଲିମ୍‌ପୂର୍ଣ୍ଣ ହୋଇଗଲାଣି । ବାଂଲାଦେଶରେ ଅପରାଧ କରି ଆମ ଓଡ଼ିଶାକୁ ଆସୁଛନ୍ତି । ଏମାନଙ୍କୁ ଚି଼ହ୍ନଟ କରି ବାହାର କରିବାର ଆବଶ୍ୟକତା ରହିଛି । ଏମାନଙ୍କୁ ବାହାର ନ କଲେ ଆମେ ଆସାମ ଭଳି ସଂଖ୍ୟାଲଘୁ ରାଜ୍ୟରେ ପରିଣତ ହେବୁ । ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ଓଡ଼ିଶା ନୁହେଁ ଭାରତରୁ ବାହାର କରାଯାଉ ।

jay narayan mishra

ଆଧାର କାର୍ଡ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର କରୁଛନ୍ତି । ଭୋଟ୍ ବ୍ୟାଙ୍କ ଆଧାରରେ ବିଜେଡ଼ି ସରକାର ତିଆରି କରିଥିଲେ । ପ୍ରସନ୍ନ ବାବୁ କାହିଁକି ଭୁଲି ଯାଉଛନ୍ତି । ମହୁଆ ମୋଇତ୍ର ଓଡ଼ିଶାର ନୂଆ ନୂଆ ବୋହୂ ହୋଇଛନ୍ତି । ସେ ଓଡ଼ିଶାର ସ୍ୱାର୍ଥକୁ ବି ଦେଖନ୍ତୁ । ଓଡ଼ିଶାରେ ବାଂଲାଦେଶୀ ଲୋକ ଅଧିକ ହୋଇଯିବେ ଆଉ ଆମେ ଯଦି ସଂଖ୍ୟାଲଘୁ ହୋଇଯିବୁ, ଏକଥା କ'ଣ ମହୁଆ ମୋଇତ୍ର ଚାହୁଁଛନ୍ତି କି ? ସେ ବାଂଲାଦେଶୀ ଏବଂ ପଶ୍ଚିମବଙ୍ଗ ଲୋକଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଜାଣି ନାହାନ୍ତି । ପଶ୍ଚିମବଙ୍ଗର ଗୋଟେ ବି ଲୋକକୁ ଓଡ଼ିଶାରୁ ବାହାର କରାଯିବ ତେବେ ତାହାର ପ୍ରତିବାଦ ମୁଁ କରିବି । ପଶ୍ଚିମବଙ୍ଗର କଥା ନୁହେଁ ରୋହିଜ୍ଞା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କଥା ଆସୁଛି, ସେମାନଙ୍କୁ ବାହାର କରିବାକୁ ଆମେ ଦାବି କରୁଛୁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+