ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାରିଲା ମହୁମାଛି: ୧୦ରୁ ଅଧିକ ଆହତ, ଶିକ୍ଷକ ଗୁରୁତର
ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ମହୁମାଛି । ମହୁମାଛି ଆକ୍ରମଣରେ ୧୦ଜଣ ପରୀକ୍ଷାର୍ଥୀ ଆହତ ହୋଇଥିବା ବେଳେ ଜଣେ ଶିକ୍ଷକ ଗୁରୁତର ହୋଇଛନ୍ତି ।

କେନ୍ଦୁଝର: ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ମହୁମାଛି । ମହୁମାଛି ଆକ୍ରମଣରେ ୧୦ଜଣ ପରୀକ୍ଷାର୍ଥୀ ଆହତ ହୋଇଥିବା ବେଳେ ଜଣେ ଶିକ୍ଷକ ଗୁରୁତର ହୋଇଛନ୍ତି । ଆଜି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ । ସେହିପରି ଗୁରୁତର ଶିକ୍ଷକ କିଶୋର ମହାନ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ହରିଚନ୍ଦନପୁର ଆର ଆଇ ଅଫିସ ନିକଟରେ ଥିବା ଏକ ଗଛରେ ମହୁମାଛି ରହୁଥିଲେ । ଗତକାଲି ଏକ ଶାଗୁଣା ମହୁମାଛିଙ୍କୁ ଘଉଡ଼ାଇ ଥିଲା, ଫଳରେ ମହୁମାଛି ପଲ୍ଲ ଏପଟ ସେପଟ ହେଉଥିଲେ। ଆଜି ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ମହୁମାଛି ପିଲ୍ଲାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସାପରେ ପରୀକ୍ଷା କେନ୍ଦ୍ରକୁ ଛଡା ଯାଇଛି। ମହୁମାଛି ଆକ୍ରମଣ ସତ୍ତ୍ୱେ ସମସ୍ତ ପିଲା ପରୀକ୍ଷା ଦେଇଥିବା ଖବର ମିଳିଛି ।
ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷାର ଆଜି ଦ୍ୱିତୀୟ ଦିନ । ଆଜି ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଗତ ୧୦ତାରିଖରେ ଆରମ୍ଭ ହୋଇଥିବା ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷା ବିଷୟ ପରୀକ୍ଷା ସରିଛି। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରୁଛି ।












Click it and Unblock the Notifications