ଆଜିଠୁ ହୋମିଓପାଥି ଓ ଆୟୁର୍ବେଦିକ ସ୍ପଟ୍ ନାମଲେଖା
ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପାଥିକ କଲେଜଗୁଡିକରେ ଖାଲିଥିବା ବିଏଏମଏସ୍ ଓ ବିଏଚ୍ଏମ୍ଏସ୍ ସିଚ ପାଇଁ ସ୍ପଟ ନାମଲେଖା 24 ତାରିଖରୁ ହେବ ।
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପାଥିକ କଲେଜଗୁଡିକରେ ଖାଲିଥିବା ବିଏଏମଏସ୍ ଓ ବିଏଚ୍ଏମ୍ଏସ୍ ସିଚ ପାଇଁ ସ୍ପଟ୍ ନାମଲେଖା 24 ତାରିଖରୁ ହେବ । ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ସ୍ପଟ୍ ନାମଲେଖା ହେବକୁ ଥିବାବେଳେ 24 ପୂର୍ବାହ୍ନ 10ଟାରୁ 11ଟା ମଧ୍ୟରେ ଏସସି ଏସଟି ଆଦି ସଂରକ୍ଷିତ ସିଟରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ।

ପୂର୍ବାହ୍ନ 11ଟାରୁ 12ଟା ମଧ୍ୟରେ 25 ହାଜରରୁ 1 ଲକ୍ଷ 50 ହାଜର ର଼୍ୟାଙ୍କଧାରୀ ଓ ଅପରାହ୍ନରେ ଦେଢ ଲକ୍ଷରୁ 4 ଲକ୍ଷ ପର୍ଯ୍ୟନ୍ତ ର଼୍ୟାଙ୍କଧାରୀ ରିପୋର୍ଟିଂ ପାଇଁ ସମୟ ନିର୍ଦ୍ଧାରି ହୋଇଛି । ସେହିପରି 25 ତାରିଖ ଦିନ 4 ଲକ୍ଷରୁ ଅଧିକ ତଥା ଅବଶିଷ୍ଟ ର଼୍ୟାଙ୍କଧାରୀ ରିପୋର୍ଟିଂ କରିବେ । ତେବେ ଓଜେଇରେ ପଞ୍ଜିକୃତ ଛାତ୍ରଛାତ୍ରୀ ମଧ୍ୟ ରିପୋର୍ଟିଂ କରି ପାରିବେ । ମାତ୍ର ସମସ୍ତ ଛାତ୍ରଛାତ୍ରୀ ପାଇଁ ନିଟ ର଼୍ୟାଙ୍କ ବାଧ୍ୟତାମୂଳକ ରହିଛି ।
ସୂଚନାଯୋଗ୍ୟ ନାମ ଲେଖା ପାଇଁ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ 35ଟି ସିଟ ଖାଲିଥିବା ବେଳେ ଘରୋଇ କଲେଜରେ 30ଟି ସିଟ ଖାଲି ରହିଛି । ସେହିପରି ହୋମିଓପାଥିରେ 4ଟି ସରକାରୀ କଲେଜ ଥିବାବେଳେ ଆୟୁର୍ବେଦିକରେ 3ଟି ସରକାରୀ ଓ ଗୋଟିଏ ଘରୋଇ କଲେଜ ରହିଛି ।












Click it and Unblock the Notifications