ମାଓ ଦମନ ନେଇ ଗୃହ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ରାଜ୍ୟରେ କମିଛି ମାଓ ଉପଦ୍ରବ
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ସମୀକ୍ଷା ନେଇ ଅନୁଷ୍ଠିତ ଏହି ଉଚ୍ଚ ସ୍ତରୀୟ ବୈଠକ ରେ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସଚିବ, ପୋଲିସ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ପୋଲିସ ଡ଼ିଜି ସୁନିଲ ବଂଶଲ୍ ଯୋଗ ଦେଇଥିଲେ ।
ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନକ୍ସଲ ଦମନ କରିବା କ୍ଷେତ୍ରରେ ଓଡ଼ିଶା ବହୁତ ଭଲ ସ୍ଥାନରେ ଅଛି । ଅତୀତରେ ଓଡ଼ିଶାର 21 ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଥିଲା କିନ୍ତୁ ଆଜି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ବର୍ତ୍ତମାନ 10 ଟି ଜିଲ୍ଲାରେ ଏହାର ପ୍ରଭାବ ରହିଛି ।

ଜନସାଧାରଣଙ୍କୁ ଗମନା ଗମନ ସୁବିଧା ଦେବା। ପିଲାଙ୍କୁ ପଢ଼ିବା ପାଇଁ ମୋବାଇଲ ଦେବା । ସ୍ବାସ୍ଥ୍ୟ ସେବା ପହଞ୍ଚିବା ଭଳି କାର୍ଯ୍ୟକ୍ରମ କରିବା ଦ୍ୱାରା ନକ୍ସଲ ପ୍ରଭାବ କମିଛି। ଏହି ସବୁ କାର୍ଯ୍ୟକ୍ରମ ଯୋଗୁ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ 10 ଟି ଜିଲ୍ଲା ଯେଉଁଠି ମାଓ ପ୍ରଭାବିତ ଅଞ୍ଚଳ ସେଇଠି କିପରି ସୁବିଧା ଏବଂ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହୋଇ ପାରିବ ସେଥି ପାଇଁ ଦାବି କରିଛୁ ।
ଏହା ଭିତରେ ମୁଖ୍ୟ ଦାବି ହେଉଛି ସେ ଅଞ୍ଚଳରେ ଟେଲି କମ୍ୟୁନିକେସନ ବ୍ୟବସ୍ଥାକୁ ଯଥା ଶୀଘ୍ର କରିବା ସହିତ ମୋବାଇଲ ଟାୱାର ବସାଇବା ପାଇଁ ଓଡ଼ିଶା ଦାବି କରିଛି। ତା ସହିତ ସେଠି ଯେତେବେଳେ ନକ୍ସଲ କାର୍ଯ୍ୟକଳାପ ହେଉଛି ସେତେବେଳେ ପୋଲିସ ଫୋର୍ସକୁ ପହଞ୍ଚାଇବା ଏବଂ ଅନ୍ୟାନ୍ୟ କାମ ପାଇଁ ଅସୁବିଧା ହେଉଛି । ତେଣୁ ସେଥିପାଇଁ ହେଲିକପ୍ଟର ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଦାବି କରାଯାଇଥିବା ସେ କହିଛନ୍ତି ।
ଏକଲବ୍ୟ ଆବାସିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଚାଲିଛି ଆଗାମୀ ଦିନ ରେ ଆହୁରି ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଓଡ଼ିଶା ଦାବି କରିଛି। ରୋଡ ସଂଯୋଗ ପାଇଁ ମାଲକାନଗିରି ଅଞ୍ଚଳରେ ଗୁରୁପ୍ରିୟା ସେତୁ ହେବ ଦ୍ଵାରା ଏବଂ ରାସ୍ତା ଘାଟ ନିର୍ମାଣ ହେବା ଦ୍ବାରା ସେ ଅଞ୍ଚଳ ସ୍ୱାଭିମାନ ଅଞ୍ଚଳରେ ପରିଣତ ହୋଇଛି ଏବଂ ଜନସାଧାରଣ ମୁଖ୍ୟ ସ୍ରୋତକୁ ଫେରିଛନ୍ତି ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଯୋଗ ଦେଇଥିଲା ବେଳେ , କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ଚୌବେ , ନିତ୍ୟାନନ୍ଦ ରାୟ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭଲ, ଗୃହ ସଚିବ ଅଜୟ ଭଲ୍ଲା, NIA, SSB, CRPF, BSF, NSG ପ୍ରମୁଖ ର ଅଧିକାରୀ ଉପସ୍ଥିତ ରହିଥିଲେ ।












Click it and Unblock the Notifications