ନବଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୁ ମିଳିଛି ଥରେ ପଦୋନ୍ନତି: ଗୃହରାଷ୍ଟ୍ର ମନ୍ତ୍ରୀ
ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରି କାଳରେ ମିଳିଛି ଥରେ ପଦୋନ୍ନତି ଓ ଅନେକ ପୁରସ୍କାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରି କାଳରେ ମିଳିଛି ଥରେ ପଦୋନ୍ନତି ଓ ଅନେକ ପୁରସ୍କାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସୁନ୍ଦରଗଡ ବିଧାୟକ କୁସୁମ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ କରିଥିଲେ ।
ସୁନ୍ଦରଗଡ ବିଧାୟକ କୁସୁସ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ କରିଥିଲେ ।ଗୋପାଳ ଦାସ ପୂର୍ବରୁ କେଉଁ ଥାନାରେ ନିଯୁକ୍ତି ପାଇଥିଲେ, ଓ ଚାକିରି କାଳ ଭିତରେ ଝାରସୁଗୁଡାରେ କେତେ ବର୍ଷ କାମ କରିଛନ୍ତି ଓ କେଉଁ ଥାନାରେ କାମ କରିଛନ୍ତି ।ଏପରିକି ଚାକିରି କାଳରେ ତାଙ୍କର କେତେ ଥର ପଦୋନ୍ନତି ହୋଇଛି ଓ ସଫଳ କାର୍ଯ୍ୟ ପାଇଁ କେଉଁ ମସିହାରେ କେଉଁ ପୁରସ୍କାର ପ୍ରଦାନ କରାଯାଇଛି । ଯାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।
ଗୃହରେ ମନ୍ତ୍ରୀ କହିଛନ୍ତି, ୧୯୯୨ରେ ବ୍ରହ୍ମପୁରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ ଗୋପାଳ । ୨୦୦୯ ମସିହାରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡା ଜିଲ୍ଲାରେ ନିଯୁକ୍ତି ପାଇବା ସହ ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ ବର୍ଷ କାର୍ଯ୍ୟ କରିଥିଲେ । ନିଜ ଚାକିରି କାଳ ଭିତରେ ସଫଳ କାର୍ଯ୍ୟ ପାଇଁ ଗୋପାଳ ୧୮ ଥର ଜିଏସ ମାର୍କ ପାଇଥିବା ବେଳେ ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସା ପତ୍ର ପାଇଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications