ଆସୁଛି ବାତ୍ୟା 'ବିପର୍ଯ୍ୟୟ: ଗୁଜୁରାଟ ଉପକୂଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁପାରେ ବାତ୍ୟା 'ବିପର୍ଯ୍ୟୟ' । ଏହା ଗୁଜରାଟ ଉପକୂଳରେ ଦେଇ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଲ୍ୟାଣ୍ଡଫଲ ବେଳକୁ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି । ଯାହାକୁ ନଜରରେ ରଖି ଗୁଜୁରାଟ ଉପକୂଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଗୃହ ମନ୍ତ୍ରୀ ଅମିକ ଶାହା ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ବିଦ୍ୟୁତ୍, ଟେଲିକମ୍, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ପରି ମୌଳିକି ସୁବିଧାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅମିତ ଶାହା । ସୂଚନା ଅନୁସାରେ, ପବନର ଘଣ୍ଟାପ୍ରତି ବେଗ ୧୨୫ରୁ ୧୩୫ କିଲୋମିଟର ଏବଂ ବେଳେବେଳେ ୧୫୦ କିଲୋମିଟର ବେଗ ବହିବ ବୋଲି ପୂର୍ବାନୁମାନ କରାଯାଇଛି । ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି ବୋଲି ସତର୍କ କରିଦେଇଛି ଭାରତୀୟ ପାଣିପାଗ ବିଭାଗ ।
ବାତ୍ୟା ମୁକାବିଲା ନେଇ କେନ୍ଦ୍ର, ରାଜ୍ୟ, ନାଭି, କୋଷ୍ଟ ଗାର୍ଡଙ୍କୁ ନେଇ କଚ୍ଛରେ ବୈଠକ। ୮ ହଜାର ଲୋକ ଓ ଦେଢ଼ରୁ ୨ ଲକ୍ଷ ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରାଯାଇ ସରିଲାଣି । ବାତ୍ୟା ପ୍ରଭାବରେ ଅଶାନ୍ତ କଚ୍ଛ ଅଞ୍ଚଳର ମାଣ୍ଡଭି ଉପକୂଳ, ନଭସାରୀ ଓ ଦ୍ୱାରକା ଅଞ୍ଚଳରେ ମଧ୍ୟ ଉଚ୍ଚ ଜୁଆର। ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ। ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ତ୍ରୀବ ରୂପ ନେବ। ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ପଡିବା ଆଶଙ୍କା ରହିଛି। ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ବାତ୍ୟା ପାଇଁ ଗୁରୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲା ଦେବଭୂମି, ଦ୍ୱାରକା, ରାଜକୋଟ, ଜାମନଗର, ଜୁନାଗଡ଼, ପୋରବନ୍ଦର, ଗିର୍, ସୋମନାଥ, ମୋର୍ବି ଏବଂ ଭୋଲସାଡ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେ ଅଞ୍ଚଳର ସମସ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି ।












Click it and Unblock the Notifications