ଛତିଶଗଡ଼ ପାଇଁ ସୀମାନ୍ତ ଜିଲ୍ଲାରେ ବଢ଼ୁଛି କୋଭିଡ୍ ସଂକ୍ରମଣ: ଗୃହ ରାଷ୍ଟ୍ରମନ୍ତ୍ରୀ

ଛତିଶଗଡ଼ରେ ହୋଇଥିବା କ୍ରିକେଟ‌ ମ୍ୟାଚ ସଂକ୍ରମଣକୁ ଅଧିକ ବଢ଼ାଇଛି। ହେଲେ ସୀମା ସିଲ୍ ସମାଧାନ ନୁହେଁ, ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ରାଜ୍ୟ ସରକାରଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଛତିଶଗଡ଼ରେ ହୋଇଥିବା କ୍ରିକେଟ‌ ମ୍ୟାଚ ସଂକ୍ରମଣକୁ ଅଧିକ ବଢ଼ାଇଛି। ହେଲେ ସୀମା ସିଲ୍ ସମାଧାନ ନୁହେଁ, ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

Dibya Shankar Mishra

ଏନେଇ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ କଣ୍ଟେନମେଣ୍ଟ ଜୋନ୍‌ କରାଯାଉଛି । ନୂଆପଡ଼ା ଓ କଳାହାଣ୍ଡି ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, "ସ୍ଥିତି ଉପରେ ନଜର ରଖାଯାଇଛି। ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେଲେ କଣ୍ଟେନମେଣ୍ଟ କରାଯାଉଛି। ନୂଆପଡ଼ା ଓ କଳାହାଣ୍ଡି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ଦେଖିବାକୁ ବିଭିନ୍ନ ଅଞ୍ଚଳର ଲୋକ ଏକତ୍ରିତ ହୋଇଥିଲେ। ତେଣୁ ସେଠାରୁ ମହାମାରୀ ସଂକ୍ରମଣ ଅଧିକ ବଢ଼ିଥିବା ଅନୁମାନ କରାଯାଉଛି। କଳହାଣ୍ଡି, ନୂଆପଡ଼ାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ କୁହାଯାଇଛି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+