ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
Home Minister Amit Shah will arrive in Bhubaneswar :ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କାଲି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ ଗୃହମନ୍ତ୍ରୀ । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ୮ ତାରିଖ ସକାଳେ ପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ କରିବା ପରେ କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଗୃହମନ୍ତ୍ରୀ । ଏହାପରେ ୮ ତାରିଖ ପୂର୍ବାହ୍ନ ୧୧ଟାରେ କଟକ ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ 'ପ୍ରଜାତନ୍ତ୍ରର' ୭୫ତମ ସ୍ୱନକ୍ଷତ୍ର ଦିବସରେ ଶାହା ଯୋଗଦେବେ ।

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ତଥା ତିରଙ୍ଗା ଯାତ୍ରା ଅବସରରେ ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଥିବାର ସୂଚନା ରହିଛି । ଶାହଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
କଟକରୁ ଫେରିବା ପରେ ଅମିତ ଶାହା ରାଜ୍ୟ ବିଜେପି କାର୍ୟ୍ୟାଳୟରେ ରାଜନୈତିକ କାର୍ୟ୍ୟକ୍ରମରେ ଯୋଗଦେବେ । ଏହାପରେ ଅପରାହ୍ନ ୫ଟାରେ ମୋଦି@20 ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। ଅପରାହ୍ନ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବେ ଶାହା ।












Click it and Unblock the Notifications