କଟକରେ ରୋଡ୍ ସୋ' କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ
କଟକ: ବୁଧବାର ଓଡିଶା ଗସ୍ତରେ ଆସି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ଓଡ଼ିଶାରେ ଚାଷୀ ବିକ୍ରି କରୁଥିବା ଧାନର ଦରଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଦେଉଥିବା ଚାଉଳ ଏବଂ ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ଶାହା ସୋରଡ଼ାରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେଇ କର୍ମୀ ମାନଙ୍କ ମଧ୍ୟରେ ଜୋସ ଭରିଥିଲେ । ସୋରଡ଼ାରେ ସମାବେଶ ସରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ସନ୍ଧ୍ୟାରେ ଐତିହାସିକ କଟକ ସହରରେ ରୋଡ ସୋ' କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ୍ ଶୋ' ମୁଖ୍ୟ ରାସ୍ତାରେ ନୁହେଁ, ବରଂ ଗଳିକନ୍ଦିରେ ଆୟୋଜନ ହୋଇଛି ।

ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଂଚିବ । କେନ୍ଦ୍ରମନ୍ତ୍ରୀ ଶାହଙ୍କ ରୋଡ ସୋ'ରେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭତ୍ତୃହରି ମହତାବ, ବାରବାଟୀ-କଟକ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କଟକ ସଦର ପ୍ରାର୍ଥୀ ପ୍ରକଶ ଚନ୍ଦ୍ର ସେଠୀ ଓ ଚୌଦ୍ୱାର-କଟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ ସହିତ ଉପସ୍ଥିତ ଅଛନ୍ତି ।
କେବଳ ସେତିକି ନୁହେଁ, ରୋଡ ସୋ ପାଇଁ କଟକର ବିଜେପି ନେତା, କର୍ମୀ, ସମର୍ଥକମାନେ ଉତ୍ସାହିତ ଦେଖାଯାଇଛନ୍ତି । ଶାହ ଯେଉଁ ରାସ୍ତାରେ ଏହି ଶୋ' କରୁଛନ୍ତି, ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ଭିଡ଼ ଲଗାଇଛନ୍ତି । ବିଜେପି ଜିନ୍ଦାବାଦ୍, ଜୟ ଶ୍ରୀରାମ ଆଦି ସ୍ଲୋଗାନ ଦେଉଛନ୍ତି ।












Click it and Unblock the Notifications