ସ୍ୱାଧୀନତା ଦିବସରେ ଅଘଟଣ, ପତାକା ଉତ୍ତୋଳନ ବେଳେ ଏମିତି ଘଟିଲା ଦୁର୍ଘଟଣା
ସ୍ୱାଧୀନତା ଦିବସ ପାଳନ ବେଳେ ଅଘଟଣ । ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ହୋମଗାର୍ଡଙ୍କର ମୃତ୍ୟୁ ହୋଇଛି ।
ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପାଳନ ବେଳେ ଅଘଟଣ । ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ହୋମଗାର୍ଡଙ୍କର ମୃତ୍ୟୁ ହୋଇଛି । ସେହିପରି ଆଉ ଜଣେ ଗୁରୁତର ଭାବେ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମୃତକ ହେଲେ ହୋମଗାର୍ଡ ଧନେଶ୍ୱର ଦାସ । ଅନ୍ୟପଟେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କନଷ୍ଟେବଳ ବୀରକିଶୋର ଭୋଳ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲେରେ ଭର୍ତ୍ତି କରାଯାଇଛି । ସେଠାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ଭୁବନେଶ୍ୱର ଏମ୍ସ ।
ଆଜି ସକାଳେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପତାକା ଉତ୍ତୋଳନ ପାଇଁ ପୋତା ଯାଇଥିବା ଖୁଣ୍ଟ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ସେମାନେ ଆସିଯାଇଥିଲେ । ଦୁହେଁ ଗୁରୁତର ଆହତ ହୋଇଥିଲେ । ଖୋର୍ଦ୍ଧା ଡାକ୍ତରଖାନାରେ ହୋମଗାର୍ଡ ଧନେଶ୍ୱର ଦାସଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।












Click it and Unblock the Notifications