ବିନା ସ୍ଲଟ୍‌ ବୁକିଂରେ ହୋମ ଡେଲିଭରି ବୟଙ୍କୁ କରୋନା ଟିକା

ବିନା ସ୍ଲଟ୍‌ ବୁକିଂରେ ହୋମ ଡେଲିଭରି ବୟ ଦିଆଯାଉଛି ଟିକା । ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯାଉଛି କରୋନା ଟିକା। ଏନେଇ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ।

ଭୁବନେଶ୍ୱର: ବିନା ସ୍ଲଟ୍‌ ବୁକିଂରେ ହୋମ ଡେଲିଭରି ବୟ ଦିଆଯାଉଛି ଟିକା । ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯାଉଛି କରୋନା ଟିକା। ଏନେଇ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ।

ସ୍ୱିଗି ଓ ଜୋମାଟୋ ଏଜେଣ୍ଟଙ୍କୁ ଟିକା ଆଜି ଦିଆଯାଉଛି। ଏଥିପାଇଁ ଗଜପତି ନଗରରେ ଥିବା ସପ୍ତମ ବାଟାଲିୟନ୍ ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର ସେଣ୍ଟର କରାଯାଇଛି। ଅନଲାଇନ୍ ଫୁଡ୍ ଡେଲିଭରି ଦେଉଥିବା ସ୍ୱିଗି ଓ ଜୋମାଟୋ ଏଜେଣ୍ଟ ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି। ହୋମ୍ ଡେଲିଭରିକୁ ସୁରକ୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ। ଏନେଇ ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏସନ୍ କର୍ମଚାରୀଙ୍କ ପାଇଁ ନୟାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଟିକାକରଣ ସେଣ୍ଟର କରାଯାଇଛି।

home delivery boy

ରାଜଧାନୀ ଭୁବନେଶ୍ୱରରେ ଟିକାକରଣରୁ କେହି ବଞ୍ଚିତ ହେବେନି। ଏନେଇ ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଛି ବିଏମସି। ଜୁଲାଇ ସୁଦ୍ଧା ବିଏମସିରେ ହେବ ଶତ ପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ ଆଜି ୧୮-୪୪ବର୍ଗର ୧୫,୩୬୫ ଜଣଙ୍କୁ ପ୍ରଥମ ଓ ୭୧୪୯ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ସେହିପରି ୪୫ବର୍ଷରୁ ଅଧିକ ୨୨,୪୩୯ଜଣ ପ୍ରଥମ ଓ ୫୬୦୮ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଟିକାକରଣ ୮୬ଲକ୍ଷ ୯୮ହଜାର ୧୦୫କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୨ଟି ଜିଲ୍ଲାର ୧୮-୪୪ବର୍ଗ ଜନସ୍ବାସ୍ଥ୍ୟର ୫୭ ପ୍ରତିଶତ ଅର୍ଥାତ୍ ୯ଲକ୍ଷ ୮୩ହଜାର ୫୫୩ ଜଣ ପ୍ରଥମ ଡୋଜ୍ ନେଇ ସାରିଲେଣି। ସେହିପରି ୪୫ ବର୍ଷରୁ ଅଧିକ ୪୭ ପ୍ରତିଶତ ବା ୫୪ ଲକ୍ଷ ୫୬ହଜାର ୪୭୭ଜଣ ପ୍ରଥମ ଓ ୧୧ଲକ୍ଷ ୨୮ହଜାର ୫୪୩ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ରାଜ୍ୟରେ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମଙ୍କ ମଧ୍ୟରୁ ୯୯ପ୍ରତିଶତ ପ୍ରଥମ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୩ ପ୍ରତିଶତ ଓ ୯୪.୫ ପ୍ରତିଶ ଦ୍ବିତୀୟ ଡୋଜ୍‌ ନେଇସାରିଲେଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+