ଆଜିଠୁ ଆରମ୍ଭ ଧର୍ମ ମାସ କାର୍ତ୍ତୀକ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ

ଆଜି ଠାରୁ ଆରମ୍ଭ କାର୍ତ୍ତୀକ ସୋମବାର । ଏହି ମାସକୁ ଧର୍ମମାସ ବୋଲି ପ୍ରତ୍ୟେକ ଓଡିଆ ମାନିଥାନ୍ତି । ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର ହୋଇଥିବାରୁ ବ୍ରତ ଧରିଛନ୍ତି ବ୍ରତଧାରୀ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ କାର୍ତ୍ତୀକ ସୋମବାର । ଏହି ମାସକୁ ଧର୍ମମାସ ବୋଲି ପ୍ରତ୍ୟେକ ଓଡିଆ ମାନିଥାନ୍ତି । ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର ହୋଇଥିବାରୁ ବ୍ରତ ଧରିଛନ୍ତି ବ୍ରତଧାରୀ । ଶ୍ରୀକ୍ଷେତ୍ରରେ ରହି ହବିଷ୍ୟାଳିମାନେ ଆରମ୍ଭ କରିଛନ୍ତି ନିଜର ବ୍ରତ।

puri

ଆଜି ବଡି ଭୋରୁ ସ୍ନାନାଦି କାମ ସାରି ଚଉରା ମୂଳରେ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଗୋଟିଏ ମାସ କାଳ ନିଷ୍ଠାର ସହିତ ମହାପ୍ରସାଦ ସେବନ କରି ବ୍ରତ ପାଳିବେ ବ୍ରତଧାରୀ । ଚଳିତ ବର୍ଷ ବିନା କଟକଣାରେ ହବିଷ୍ୟାଳୀ ମାନେ ବ୍ରତ ପାଳନ କରି ପାରିବେ । କାରଣ ଗତ ଦୁଇ ବର୍ଷ ହେବ କରୋନା ଯୋଗୁଁ ପୁରୀରେ ବ୍ରତ ପାଳନ ନେଇ ରୋକ ଲାଗିଥିଲା । କେବଳ ଶ୍ରୀକ୍ଷେତ୍ର ନୁହେଁ କାର୍ତ୍ତୀକ ମାସକୁ ପ୍ରତିଟଟି ଓଡିଆ ଅତି ନିଷ୍ଠାର ସହିତ ପାଳନ କରିଥାଏ ।

ଗ୍ରାମାଞ୍ଚଳରେ ଥିବା ମନ୍ଦିର ଓ ପ୍ରତ୍ୟେକ ଘରେ ଆଧ୍ୟାତ୍ମିକ ପରିବେଶ ରହିଥାଏ । ଧର୍ମର ମାସ ହୋଇଥିବାରୁ ଲୋକେ ପୂରା ମାସ ଆମିଷ ଖାଇ ନଥାନ୍ତି । ଆଉ କିଛି ଲୋକ ବିନା ପିଆଜ ରସୁଣରେ ନିଜର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ମାସ ଶେଷ ସପ୍ତାହରେ ଗାଁମାନଙ୍କରେ କାର୍ତ୍ତିକେୟଙ୍କୁ ପୂଜା କରିବା ସହ ରାହାସ ପୂଜା ହୋଇଥାଏ । ଗାଁର ଝିଅମାନେ ବାଲୁକା ଆଦି ପୂଜିଥାନ୍ତି । ପୂଜାଚର୍ଚ୍ଚାନାରେ ଭକ୍ତିମୟ ପରିବେଶରେ ମହକି ଉଠିଥାଏ ପୁରପଲ୍ଲୀ । ମାସର ଶେଷ ଦିନରେ ପରମ୍ପରା ଅନୁସାରେ ପୂର୍ଣ୍ଣମୀ ତିଥିରେ ଡଙ୍ଗା ଭସାଇ ମାସ ଶେଷ କରିଥାନ୍ତି ଲୋକେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+