ଆସନ୍ତାକାଲି ଏହି ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା

କାଲି ଅର୍ଥାତ୍ ସୋମବାର ଦିନ ମୟୂରଭଞ୍ଜରେ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି । ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ନେଇ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି । ମୟୂରଭଞ୍ଜରେ ସ୍କୁଲ ଛୁଟି- ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରକାଶଥାଉକି, ଝାଡ଼ଖଣ୍ଡ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

schools

ବନ୍ୟା ଆଶଙ୍କା- ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ ପୁଣି ବନ୍ୟା ଆଶଙ୍କା ଦେଖାଯାଇଛି । ୩ ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ବନ୍ୟା ଆଶଙ୍କା ରହିଛି ।

ସୁବର୍ଣ୍ଣରେଖା ସତର୍କ ସଙ୍କେତ ୯.୪୫ମି ରହିଥିବା ବେଳେ ଏବେ ୯.୫୦ମିଟରରେ ପ୍ରବାହିତ ହେଉଛି । ବସ୍ତା ମଥାନୀରେ ବିପଦ ସଙ୍କେତ ଉପରେ ଜଳକା ପ୍ରବାହିତ । ସେହିପରି ଜଳକା ବିପଦ ସଙ୍କେତ ୬.୫୦ ମି. ରହିଥିବା ବେଳେ ଏବେ ୭.୧୯ ମିଟରରେ ପ୍ରବାହିତ ହେଉଛି ।

ଫୁଲୁଛି ନଦୀ- ଅନ୍ୟପଟେ ବୁଢ଼ାବଳଙ୍କ ନଦୀ ମଧ୍ୟ ଫୁଲୁଛି । ଏବେ ୭.୨୦ ମିଟରରେ ପ୍ରବାହିତ ହେଉଛି । ବନ୍ୟା ଆଶଙ୍କା ଦୃଷ୍ଟିରୁ ସତର୍କ ରହିବାକୁ ୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷିତ ସ୍ଥାନାନ୍ତର ସହ ରିଲିଫ୍ କାର୍ଯ୍ୟ ମନିଟର କରିବାକୁ ଜଳସଂପଦ ବିଭାଗର ନିର୍ଦ୍ଦେଶ ଜାରି କରାଯାଇଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ଯୋଗୁଁ ୫ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+